ସୋନୁଙ୍କ ପାଇଁ ମା’ ପାଖକୁ ଫେରିଲା ପୁଅ,ଭିଡିଓ ମାଧ୍ୟମରେ ମା’ କହିଲେ ଧନ୍ୟବାଦ..

1 min read

ମୁମ୍ବାଇ: ଲକଡାଉନ୍ ହିରୋ ପାଲଟିଛନ୍ତି ଅଭିନେତା ସୋନୁ ସୁଦ । ତାଙ୍କର ଉଦାର ମନଭାବ ପାଇଁ ଏବେ ସେ ଦେଶରେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି । ତାଙ୍କର ଏହି କାର୍ଯ୍ୟରେ ଏବେ ସବୁ ମହଲରୁ ପ୍ରଂଶସାର ସୁଅ ଛୁଟିଛି । ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଆଣି ଅନେକ ଆଶୀର୍ବାଦ ପାଇଛନ୍ତି ଏହି ସୋନୁ । କରୋନା ମହାମାରୀ ଏବଂ ଲକଡାଉନ ମଧ୍ୟରେ, ସେ ଅନ୍ୟ ସହରରେ ଫସି ରହିଥିବା ଲୋକଙ୍କ ପାଇଁ ସାହାରା ପାଲଟିଛନ୍ତି । ଜଣେ ବ୍ୟକ୍ତିଙ୍କ ମା ଯିଏ ଅଭିନୟ କରିବାକୁ ମାୟା ନଗରୀ ଆସିଥିଲେ ଆଉ ଲକଡାଉନ କାରଣରୁ ସେଠାରେ ହିଁ ଫସି ରହିଥିଲେ । ଏବଂ ସୋନୁଙ୍କ ପାଇଁ ସେ ତାଙ୍କ ଘରେ ପହଞ୍ଚିଛନ୍ତି । ଏବେ ସେ ଯୁବକଙ୍କ ମାଆ ସୋନୁଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି । ଯାହାକୁ ଶୁଣି ସୋନୁ ବହୁତ ଖୁସି ମଧ୍ୟ ହୋଇଛନ୍ତି ।

ସୋନୁ ସୁଦଙ୍କୁ ମିଳୁଛି ପ୍ରଶଂସା ଆଉ ଆଶୀର୍ବାଦ

ଲକଡାଉନ୍ ଯୋଗୁଁ ଅନ୍ୟ ସହରରେ ଲକ୍ଷ ଲକ୍ଷ ଲୋକ ଫସି ରହିଛନ୍ତି । କାମ ନ ପାଇ ସେମାନେ ଏବେ ଦିଓଳି ଦି ମୁଠା ଖାଇବାକୁ ଡହଳବିକଳ ହେଉଛନ୍ତି । ଏଭଳି ପରିସ୍ଥିତିରେ ସୋନୁ ସୁଦ ଲୋକଙ୍କୁ ବସ୍ ଯୋଗେ ମୁମ୍ବାଇରୁ ଘରକୁ ପଠାଉଛନ୍ତି । ସେ କେବଳ ମୁମ୍ବାଇର ଥିବା ଲୋକଙ୍କୁ ସାହାଯ୍ୟ କରୁନାହାଁନ୍ତି ବରଂ ସାରା ଦେଶରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ନିକଟରେ ସୋନୁଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଏହି ଭିଡ଼ିଓ ସେହି ମାଆଙ୍କର ଯାହାଙ୍କ ପୁଅ, ସୋନୁ ସୁଦ କାରଣରୁ ତା ଘରକୁ ଫେରିଛି ।

ଜଣେ ମାଆଙ୍କ କୋହଭରା ଭିଡ଼ିଓ

ମୋର ପୁଅ ଏବେ ମୋ ପାଖରେ,  ମୁଁ କେମିତି ଆପଣଙ୍କୁ ଧନ୍ୟବାଦ ଦେବି ତାହା ଜାଣିପାରୁ ନାହିଁ । ଜଣେ ଭଉଣୀ ଯେପରି ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ, ସେ ଉପହାର ମାଗେ, କିନ୍ତୁ ସୋନୁ ଭାଇ ବିନା ମାଗିବାରେ ଉପହାର ମୋତେ ଉପହାର ଦେଇଛନ୍ତି । ମୁଁ ଏହି ଉପହାରକୁ କେବେବି ଭୁଲି ପାରିବି ନାହିଁ । ମୁଁ ମୋର ପୁଅ ପାଇଁ ବିକଳ ହେଉଥିଲି । ବର୍ତ୍ତମାନ ମୁଁ ତାକୁ ମୋ ସାମ୍ନାରେ ଦେଖୁଛି ।

 

Leave a Reply