କଟକ କିଶୋର ନଗରରେ ୫ଶହରୁ ଊର୍ଦ୍ଧ୍ୱ ରୋଗୀ ପାଇଲେଣି ମାଗଣା ଚିକିତ୍ସା

ସାଲେପୁର: ଚିକିତ୍ସା ପାଇଁ ଆଉ ଅର୍ଥ ସାଜିବନି ବାଧକ । ମେଡିକାଲ ଖର୍ଚ୍ଚ ମେଣ୍ଟାଇବାକୁ କାହାକୁ ସମ୍ପତ୍ତି ବିକ୍ରି କରିବାକୁ ପଡ଼ିବନି । ଏହି ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ପ୍ରଚଳନ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ । ଯାହାର ସୁଫଳ ପାଉଛନ୍ତି ରାଜ୍ୟର ଅଭାବୀ ଲୋକେ । କଟକ କିଶୋର ନଗର ଅଞ୍ଚଳର ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଲୋକେ ଏହାର ଫାଇଦା ପାଇଲେଣି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ ।

ଜୀବନ ଦେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ମାର୍ଟକାର୍ଡ ଅଭାବୀ ଲୋକଙ୍କ ପାଇଁ ସାଜିଛି ଆଶୀର୍ବାଦ । ମାଗଣା ଚିକିତ୍ସା ପାଇ ଧନ୍ୟବାଦ ଜଣାଉଛନ୍ତି ଲୋକେ । କଟକ କିଶୋର ନଗର ଅଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ଲୋକଙ୍କ ପାଇଁ ପାଲଟିଛି ବରଦାନ । ଗ୍ରାମାଞ୍ଚଳରେ ଏକମାତ୍ର ଘରୋଇ ମେଡ଼ିକାଲରେ ଏହିରି ଭିତରେ ପ୍ରାୟ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ରୋଗୀ ମାଗଣାରେ ଚିକିତ୍ସା ପାଇଲେଣି । ଗର୍ଭବତୀଙ୍କ ଅସ୍ତ୍ରୋପଚାର ଠାରୁ ଆରମ୍ଭ କରି ପାଇଲ୍ସ, ଟ୍ୟୁମର ଭଳି ରୋଗର ଅସ୍ତ୍ରୋପଚାର କରି ସୁସ୍ଥ ହେଲେଣି ଗରିବ ଲୋକେ । ଅନେକଙ୍କ ଚାଲିଛି ଚିକିତ୍ସା ।

ଚିକିତ୍ସା ପାଇଁ ଅଭାବୀ ଲୋକେ ସମ୍ପତ୍ତି ବିକ୍ରି କରୁଥିଲେ । ଏହି ଖବର ମୁଖ୍ୟମନ୍ତ୍ରୀଙ୍କୁ ବାଧିଥିଲା । ତେଣୁ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଜାରି କରିଥିଲେ ଏହି ସ୍ମାର୍ଟକାର୍ଡ । ଯାହା ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଛି ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏହି କାର୍ଡରେ ପ୍ରାୟ ୨ଶହ ମେଡ଼ିକାଲରେ ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି ।

ଏଥିସହିତ ପଢ଼ନ୍ତୁ: ପୌର ନିର୍ବାଚନରେ ବିଳମ୍ୱ ନେଇ ଅଭିଯୋଗ କରୁଥିଲେ, ଏବେ ଘୁଞ୍ଚାଇବାକୁ ଦାବି କରୁଛନ୍ତି

Leave a Reply