୧୯ରୁ ଗଡ଼ିବ ମୋ ବସ,୧୬ ରୁଟରେ ମିଳିବ ସେବା

ଭୁବନେଶ୍ୱର: ସୋମବାର ଠାରୁ ଗଡ଼ିବ ମୋ ବସ୍ । କେବଳ ୧୬ ରୁଟରେ ମିଳିବ ମୋ ବସ୍ ସେବା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ପାଇଁ ମିଳିବ ବସ୍ । ତେବେ ବସରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି । ବସରେ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାତ୍ରା କରିପାରିବେ ।
କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ତେବେ ଆଗାମୀ ଦିନରେ ଅଧିକ ରୁଟରେ ମୋ ବସ ସେବା ଯୋଗାଇ ଦିଆଯିବ । କରୋନା କଟକଣା କୋହଳ ପରେ ଯାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ପୂର୍ବରୁ ସାଧାରଣ ବସ ଗୁଡିକ ଗଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।