ଭେଟନ୍ତୁ ସେହି ଅଟୋ ଡ୍ରାଇଭରଙ୍କୁ, ଯିଏ ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତି ପାଇଁ କରୁଥିଲେ ସଞ୍ଚୟ

କୋଲକତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୃଢ ସ୍ୱର । ତାଙ୍କ ପରାକ୍ରମ ଓ ସୌର୍ଯ୍ୟ କେବଳ ଭାରତ ନୁହେଁ  । ସାରା ବିଶ୍ୱ ବିଦିତ । ସୁଭାଷ ଆଜି କେଉଁ ଅଫେରା ରାଇଜରେ, ହେଲେ ତାଙ୍କ ସ୍ମୃତି ଆଜି ବି ଦୀପ୍ତିମାନ । କୋଟି କୋଟି ଯୁବକଙ୍କ ଆଦର୍ଶ ନେତାଜୀ ସୁଭାଷ । କିଏ ତାଙ୍କୁ କେଉଁ ଉପାୟରେ ମନେ ପକାଇଥାଏ । ତାଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଚେଷ୍ଟା କରିଥାଏ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ବସିରହାଟ ଅଞ୍ଚଳରେ ।

ଏହି ଅଞ୍ଚଳରେ ରହୁଥିବା ବ୍ୟକ୍ତି ତଥା ଅଟୋ ଡ୍ରାଇଭର ଅଜୟ କୁଣ୍ଡୁ ନେତାଜୀ ଜଣେ ଅନୁଗାମୀ । କେଜାଣି କେଉଁ ଦିନରୁ ତା ମନରେ ଥିଲା ତା ସହରରେ ତା ପ୍ରିୟ ମଣିଷର ମୂର୍ତ୍ତିଟିଏ ବସୁ । ଆଉ ସେଥିପାଇଁ ସେ କାହା ଉପରେ ନିର୍ଭର କରି ନ ଥିଲା । ନିଜେ ସଞ୍ଚୟ କରି ଚାଲିଥିଲା ଅର୍ଥ । କେବଳ ନେତାଜୀଙ୍କ ମୂର୍ତ୍ତି ସ୍ଥାପନା କରିବା ପାଇଁ । ଜୀବନସାରା ସେ ସଞ୍ଚିଥିବା ଅର୍ଥରେ ନେତାଜୀ ସୁଭାଷଙ୍କ ମୂର୍ତ୍ତିଟିଏ କରିଲା । ଅଜୟ ନିଜେ ଏଥିପାଇଁ ଲକ୍ଷେ ୧୦ ହଜାର ଟଙ୍କା ବ୍ୟୟ କରିଥିଲେ । ତାଙ୍କର ଏହି ଆଗ୍ରହ ଦେଖି ପରବର୍ତ୍ତୀ ସମୟରେ ତାଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ ତାଙ୍କ ବନ୍ଧୁ ପରିଜନ ।

ଦ ଟେଲିଗ୍ରାଫ୍ ସୂଚନା ଅନୁଯାୟୀ, ଚତୁର୍ଥ ଯାଏ ପାଠ ପଢିଥିବା ଅଜୟ ନେତାଜୀଙ୍କ ଉପରେ ଅଧିକ ଅଧ୍ୟୟନ କରିଥିଲେ । ଅଭାବ ଏବଂ ପାରିବାରିକ ଅସୁବିଧା କାରଣରୁ ଅଧିକ ପଢି ପାରି ନ ଥିଲେ ଅଜୟ । ହେଲେ କେତେବେଳେ କୋଲକତା ବୁଲିବାକୁ ଗଲେ ଶ୍ୟାମା ବଜାର ଓ ଅନ୍ୟାନ୍ୟ ସ୍ଥାନରେ ନେତାଜୀଙ୍କ ଛୋଟ ଛୋଟ ମୂର୍ତ୍ତି ଦେଖି ଭାବବିହ୍ୱଳ ହୋଇ ପଡୁ ଥିଲେ ।

 

Leave a Reply