କଶ୍ମୀରକୁ ଭାରତ ହାତକୁ ଟେକିଦେଇଛି ପାକିସ୍ତାନ: ଫଜଲୁର୍ ରହମାନ

ନୂଆଦିଲ୍ଲୀ: ପାକିସ୍ତାନର ମୁଖ୍ୟ ବିରୋଧୀ ଦଳ ପାକିସ୍ତାନ ଡେମୋକ୍ରେଟିକ୍ ମୁମେଣ୍ଟର ( ପିଡିଏମ୍) ପ୍ରମୁଖ ଏବଂ ଜମିୟତ୍ ଉଲେମାର ପ୍ରମୁଖ ମୌଲାନା ଫଜଲୁର ରହମାନ୍ ରବିବାର କହିଛନ୍ତି ଯେ, ନିୟନ୍ତ୍ରଣ ରେଖା ନିକଟରେ କଶ୍ମୀର ଉଭୟ ପକ୍ଷ ଲୋକେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କୁ ଠାରୁ କୌଣସି ଆଶା ନରଖନ୍ତୁ । କଶ୍ମୀର ପ୍ରସଂଗରେ ସେ ଡିଲ୍ କରିଥିବା ଅଭିଯୋଗ କରିଛନ୍ତି ।

ଫଜଲୁଣ ରେହମାନ କହିଛନ୍ତି ଯେ, ଇମ୍ରାନ୍ ଖାନ୍ କଶ୍ମୀରବାସୀଙ୍କ ପାଇଁ କିଛି କରିବେ ନାହିଁ । ଅନ୍ତର୍ଜାତୀୟ ସବୁଦାୟ ଏହା ଉପରେ ଧ୍ୟାନ ଦେବାକୁ କହିଛନ୍ତି । କଶ୍ମୀରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ଉଠାଇବା ନେଇ ଅପିଲ୍ କରିଛନ୍ତି । ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ଯେ, ପାକିସ୍ତାନ ନିଜେ କଶ୍ମୀରକୁ ଭାରତକୁ ଦେଇଦେଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ମୁଁ କଶ୍ମୀର ଲୋକଙ୍କୁ ପରାମର୍ଶ ଦେଉଛି ଯେ, ସେମାନେ ପାକିସ୍ତାନ ସରକାରଙ୍କ ଠାରୁ କୌଣସି ଆଶା ନରଖନ୍ତୁ । ଏ ସରକାର କଶ୍ମୀରକୁ ନେଇ ଏକ ଡିଲ୍ କରିଛନ୍ତି । କିନ୍ତୁ ଆମେ ଆପଣଙ୍କୁ ଟାର୍ଗେଟ କରିବୁନାହିଁ । ଆସନ୍ତା ଫେବ୍ରୁଆରୀ ୫ ଅର୍ଥାତ କଶ୍ମୀର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ । ଏବଂ ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଇବ ।

ସେ ଆହୁରି କହିଛନ୍ତି ଯେ, ଆମେ ମିଳିତ ଜାତିସଂଘ ମାମଲାରେ ହସ୍ତକ୍ଷେପ କରିବାକୁ କହିବୁ । ଆମେ ସାରା ବିଶ୍ୱକୁ ମଧ୍ୟ ଏହି ପ୍ରସଂଗରେ ଧ୍ୟାନ ଦେବାକୁ ଅପିଲ କରୁଛୁ । ଦୁନିଆର ଅନ୍ୟ ଅଞ୍ଚଳର ଲୋକଙ୍କ ଭଳି କଶ୍ମୀରର ଲୋକେ ମଧ୍ୟ ମଣିଷ । ଏଣୁ ସେମାନଙ୍କ ସମସ୍ୟ ପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Leave a Reply