ମଥୁରାରେ ‘ଶ୍ରୀକୃଷ୍ଣ ବିରାଜମାନ’ ଅପିଲକୁ ଗ୍ରହଣ କଲେ କୋର୍ଟ, ନଭେମ୍ବର ୧୮ରେ ଶୁଣାଣି

Mathura Court Admit The Plea To Remove Eidgah From Premises Of Shri Krishna Birthplace Janambhumi

ମଥୁରା: ଉତ୍ତରପ୍ରଦେଶ ମଥୁରା ନଗୀରରେ ଶ୍ରୀକୃଷଙ୍କ ଜନ୍ମସ୍ଥାନ ପରିସରରେ ଶାହି ଇଦଗାହ୍ ମସଜିଦ୍ କବଜାରେ ଥିବା ୧୩.୩୭ ଏକର ଜମି ଶ୍ରୀକୃଷ୍ଣ ବିରାଜମାନକୁ ହସ୍ତାନ୍ତର ଆବେଦନକୁ ଅଦାଲତ ଗ୍ରହଣ କରିଛନ୍ତି । ଶୁକ୍ରବାର ମଥୁରା ଜିଲ୍ଲା ଜଜଙ୍କ କୋର୍ଟ ଏହି ମାମଲାକୁ ଗ୍ରହଣ କରିଛନ୍ତି । ଆବେଦନ ଉପରେ ଶୁଣାଣି ନଭେମ୍ବର ୧୮ ତାରିଖକୁ ହେବ । ଆବେଦନରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ନିକଟରେ ଥିବା ମସଜିଦକୁ ହଟାଇବାକୁ ଦାବି ହୋଇଛି ।

ଶ୍ରୀକୃଷ୍ଣ ଜନ୍ମସ୍ଥାନ ମାମଲାରେ ଶ୍ରୀକୃଷ୍ଣ ବିରାଜମାନର ରଞ୍ଜନା ଅଗ୍ନିହୋତ୍ରିଙ୍କ ସମେତ ୮ ଜଣଙ୍କ ପକ୍ଷରୁ ଜିଲ୍ଲା ଜଜଙ୍କ ଅଦାଲତରେ ହୋଇଥିବା ଆବେଦନ ମାମଲାରେ ବିପକ୍ଷଙ୍କୁ ନୋଟିସ୍ ଜାରି କରାଯିବ । ବିଗତ ଦିନରେ ଦୌରାଜଜ ସିନିୟର ଡିଭିଜନ ଅଦାଲତରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂଘ ଓ ଶାହି ମସଜିଦ୍ ଇଦଗାହ କମିଟି ମଧ୍ୟରେ ୧୯୬୮ରେ ହୋଇଥିବା ବୁଝାମଣାକୁ ରଦ୍ଦ କରି ମସଜିଦ୍ ହଟାଇବା ସହ ସମ୍ପୃକ୍ତ ଜମିକୁ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟକୁ ହସ୍ତାନ୍ତ ଦାହି କରାଯାଇଥିଲା ।

Mathura Court Admit The Plea To Remove Eidgah From Premises Of Shri Krishna Birthplace Janambhumi

ଏହା ପୂର୍ବରୁ ସେପ୍ଟେମ୍ବର ୩୦ରେ ହୋଇଥିବା ଶୁଣାଣି ପରେ ଦୌରାଜଜ ସିନିୟର ଡିଭିଜନ ଅଦାତଲ ଦାବିକୁ ଖାରଜ କରି ଦେଇଥିଲେ । କହିଥିଲେ ଭକ୍ତଙ୍କୁ ଦାବି କରିବାର ଅଧିକାର ନାହିଁ । ଆଜି ଏହି ମାମଲାର ଶୁଣାଣି ଜିଲ୍ଲା ଜଜଙ୍କ କୋର୍ଟରେ ହୋଇଥିଲା । ଶୁଣାଣି ପରେ କୋର୍ଟ ଆବେଦନକୁ ଗ୍ରହଣ କରିଛନ୍ତି ।

ମାମଲାକୁ ନେଇ ନହେଉ ରାଜନୀତି

ସୂଚନାଯୋଗ୍ୟ, ଶ୍ରୀକୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ମାଲିକାନା ଓ ଶାହି ଇଦଗାହ ମସଜିଦ୍ ନିର୍ମାଣ ଉପରେ ଆବେଦନର ପ୍ରଶ୍ନ ଉଠା ଯାଇଥିଲା । ତେବେ, ଏହା ପୂର୍ବରୁ ହିନ୍ଦୁବାଦୀ ସଂଗଠନ ଓ ସାଧୁ ସନ୍ଥ ମଧ୍ୟ ଏହି ମାମଲାକୁ ନେଇ ବୃହତ କରିବା ସହ ମଥୁରା ସହ କାଶୀକୁ ମଧ୍ୟ ମାଲିକାନା ଦେବାକୁ ଦାବି କରିଥିଲେ । ତେବେ ସମସ୍ତେ ସହମତିରେ ରାମଜନ୍ମଭୂମି ଆନ୍ଦୋଳନକୁ ଆଧାର ମାନ ମାମଲାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ କାଶୀ ବିଦ୍ୱତ ପରିଷଦ ପଶ୍ଚିମ କ୍ଷେତ୍ରର ପ୍ରଭାରୀ ଅନୁରୋଧ କରିଛନ୍ତି ।

Leave a Reply