ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନୋଏଡାରେ ନିୟମ ଉଲଙ୍ଘନକାରୀ ଗଣିବେ ୨୪ ଲକ୍ଷ

1 min read

ନୂଆଦିଲ୍ଲୀ: ପ୍ରଦୂଷଣ ଘେରରେ ଦିଲ୍ଲୀ ବାତାବରଣ । ଲଗାତର ଭାବରେ ବିଗିଡିବାରେ ଲାଗିଛି ବାତାବରଣ । ଗ୍ୟାସ ଚାମ୍ବରରେ ଦିଲ୍ଲୀର ବାତାବରଣ । ଜାହାଙ୍ଗୀରପୁରରେ ସ୍ଥିତି ସଂଙ୍ଗୀନ ହୋଇଛି । ବାୟୁର ଗୁଣବତ୍ତା ୭୦୦ ପାର । ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ସେପଟେ ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୫୧୨, ଆନନ୍ଦ ବିହାରରେ ୪୪୮, ଦ୍ୱାରକା ସେକ୍ଟର ୮ରେ ୪୩୫ ରହିଛି । ପଞ୍ଜାବୀ କ୍ଷେତରେ ନିଆଁ ଲାଗିବା କାରଣରୁ ବଢୁଛି ପ୍ରଦୂଷଣ ।

ପ୍ରଦୂଷଣ ବଢୁଥିବା ନେଇ ଗତକାଲି ବନ ବିଭାଗକୁ ଭତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ପ୍ରଦୂଷଣ ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ଥିବାବେଳେ ଦିଲ୍ଲୀ ହାଇକୋର୍ଟ ଆଜି ଗଛକଟା ପ୍ରସଙ୍ଗକୁ ନେଇ ଜଙ୍ଗଲ ବିଭାଗ ଉପରେ ବର୍ଷିଛନ୍ତି । ସେପଟେ ପ୍ରଦୂଷଣ ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନାଙ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ ବିଭାଗ ଓ ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବେ ।

ଯଥାସମ୍ଭବ ଘରେ ରହିବା ଲାଗି ପିଲା ଓ ବୟସ୍କଙ୍କୁ ପରାମର୍ଶ ଦିଆଯାଇଥିଲା । ବିନା କାରଣରେ ଯାତ୍ରା ନକରିବା, ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର କରିବା, ଯାନ୍ତ୍ରିକ ଉପାୟରେ ସଫେଇ, ଜଳ ସିଞ୍ଚନ ଆଦି ତ୍ବାରାନ୍ବିତ କରିବା, ନିଆଁ ନିୟନ୍ତ୍ରଣ ଲାଗି ପଞ୍ଜାବକୁ ଅନୁରୋଧ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେପଟେ ପରିସ୍ଥିତିକୁ ଦୃଷ୍ଟିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନୋଏଡାରେ ଗ୍ରାଫ-୩ ନିୟମ ଲାଗୁ କରାଯାଇଛି । ନିୟମ ଉଲଂଙ୍ଘନକାରୀଙ୍କ ଉପରେ ୨୪.୩୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯିବ ବୋଲି ଘୋଷଣା କରାଯାଇଛି । ଏପର୍ଯ୍ୟନ୍ତ ନୋଏଡା ପ୍ରାଧିକରଣ ସଂସ୍ଥା ଦ୍ୱାରା ୨୬ ଚାଲଣ କଟାସାରିଲାଣି । ୧୪ ଜଣିଆ ଟିମ୍ ପକ୍ଷରୁ ପ୍ରଦୂଷଣ ମାତ୍ରା ତଦାରଖ କରାଯାଉଛି ।