ଆଜି ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜନ୍ମଦିନ । ଆଲିଆ ଆଜି ନିଜ ୨୮ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ସୋନୀ ରାଜଦାନଙ୍କ ଝିଅ ଅଟନ୍ତି । ପିଲାଟି ଦିନରୁ ହିଁ ସେ ଅଭିନୟ ପ୍ରତି ରୂଚି ରଖିଥିଲେ । ଫିଲ୍ମ ଷ୍ଟୁଡେଣ୍ଡ ଅଫ ଦି ଇୟର ରୁ ନିଜ ବଲିଉଡ ଡେବ୍ୟୁ କରିଥିଲେ ଆଲିଆ ।

କିନ୍ତୁ ପ୍ରକୃତରେ ତାହା ଆଲିଆଙ୍କ ଡେବ୍ୟୁ ଫିଲ୍ମ ନୁହେଁ । ସେ ଶିଶୁ କଳାକାର ଭାବେ ପୂର୍ବରୁ ଫିଲ୍ମରେ କାମ କରିସାରିଛନ୍ତି । ୧୯୯୯ ମସିହାରେ ଅକ୍ଷୟ କୁମାର ଏବଂ ପ୍ରୀତି ଜିଣ୍ଟା ଷ୍ଟାରର୍ ଫିଲ୍ମ ‘ସଂଘର୍ଷ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଫିଲ୍ମରେ ସେ ପ୍ରୀତି ଜିଣ୍ଟାଙ୍କ ପିଲାବେଳର ଚରିତ୍ର ଅଭିନୟ କରିଥିଲେ ।

କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ର ସଫଳତା ପରେ ଆଉ ପଛରୁ ଅନାଇ ନଥିଲେ ଆଲିଆ । ହାଇୱେ, ଉଡତା ପଞ୍ଜାବ, ଡିଅର ଜିନ୍ଦେଗୀ ଓ ରାଜୀ ଭଳି ଫୁଲ୍ମରେ ନିଜ ନିଖୁଣ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ । ନିଜ ଷ୍ଟାଇଲ ଏବଂ ଡ୍ରେସିଂ ସେନ୍ସ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି ଆଲିଆ । ତାଙ୍କ ଷ୍ଚାଇଲ ଷ୍ଟେଟମେଣ୍ଟକୁ ୟୁଥ ଫଲୋ ମଧ୍ୟ କରନ୍ତି । ଖୁବ କମ ବୟସରେ ସଫଳତାର ସ୍ୱାଦ ଚାଖିଥିବା ଆଲିଆ ଆଗାମୀ ଦିନରେ ଦର୍ଶକଙ୍କୁ ଆହୁରି ଭଲ ଭଲ ଫିଲ୍ମ ଭେଟି ଦେବେ ବୋଲି ଆସି ରଖିଛନ୍ତି ପ୍ରଶଂସକ ।

Leave a Reply