ଆଧୁନିକ ଅସ୍ତ୍ରଶସ୍ତ୍ର ରଖୁଥିବା ନକ୍ସଲ କେଉଁଠୁ ଆଣନ୍ତି ଟଙ୍କା?

ନୂଆଦିଲ୍ଲୀ:   ଛତିଶଗଡ଼ରେ ସୁରକ୍ଷାବାହିନୀ ଉପରେ ବଡ଼ ଧରଣର ଆକ୍ରମଣ ପରେ ନକ୍ସଲମାନେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ବାରମ୍ବାର ଏଭଳି ଆକ୍ରମଣ କରୁଥିବା ନକ୍ସଲଙ୍କୁ ନେଇ ଚର୍ଚ୍ଚା ତ ହୁଏ କିନ୍ତୁ ଅଧିକ ଚର୍ଚ୍ଚା ହୁଏ ସେମାନଙ୍କ ଫଣ୍ଡିଂକୁ ନେଇ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସୁରକ୍ଷା ବାହିନୀ ସହିତ ଲଢିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ରଖୁଥିବା ନକ୍ସଲଙ୍କ ନିକଟରେ ଏତେ ଫଣ୍ଡ୍ ଆସେ କେଉଁଠୁ? ଏହି ପ୍ରଶ୍ନର ଉତ୍ତର ହୁଏତ ନାହିଁ । କିନ୍ତୁ ଏହାର ଏକାଧିକ ଦିଗ ରହିଛି । ଖାଲି ସେତିକି ନୁହେଁ ବରଂ ସମସ୍ତେ ଏହା ଜାଣିବା ପାଇଁ ଚାହାଁନ୍ତିଯେ, ନକ୍ସଲମାନେ ଟଙ୍କା କେଉଁଠୁ ଆଣନ୍ତି ଏବଂ ଏହାକୁ ଖର୍ଚ୍ଚ କିଭଳି କରନ୍ତି? ସେମାନେ କ’ଣ ନିବେଶ ପାଇଁ ଆଗ୍ରହୀ? ତେବେ ନକ୍ସଲଙ୍କ ଆର୍ଥିକ ସଙ୍କଟ କ’ଣ ?

ନକ୍ସଲଙ୍କ ଫଣ୍ଡିଂ ବିଷୟରେ ଆଲୋଚନା କଲେ ଶିଳ୍ପକ୍ଷେତ୍ରରୁ ଜବରଦସ୍ତି ବଟି ଆଦାୟ ଘଟଣା ସାମ୍ନାକୁ ଆସେ । ଝାଡ଼ଖଣ୍ଡ ଏବଂ ବିହାରରୁ ଗତ ଏକ ଦଶକ ମଧ୍ୟରେ ମାଓବାଦୀ ସଙ୍ଗଠନର କିଛି ସଦସ୍ୟଙ୍କୁ ଗିରଫ କରିବା ପରେ ଏହି କଥା ବାରମ୍ବାର କୁହାଯାଇଛିଯେ, ମାଓବାଦୀ ପ୍ରଭାବିତ ଅଞ୍ଚଳରେ କର୍ପୋରେଟ୍ ବିଜନେସ କରୁଥିବା ବ୍ୟକ୍ତିଙ୍କ ଠାରୁ ମାଓବାଦୀ ସଙ୍ଗଠନ ଜବରଦସ୍ତି ବଡ଼ ରକମର ଫଣ୍ଡ୍ ଆଦାୟ କରିଥାନ୍ତି ।

 

ଅନ୍ୟପଟେ କର୍ପୋରେଟ୍ ଠାରୁ ଅଧିକ ବଟି ଆଦାୟ ହୋଇଥାଏ ମାଇନିଙ୍ଗ ବା ଖଣିରୁ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲଙ୍କୁ ବଟି ନ ଦେଲେ ବାଣିଜ୍ୟ କାରବାରରେ ବାଧା ସୃଷ୍ଟି ହୋଇଥାଏ । ଏଭଳି ଅଞ୍ଚଳରେ ଏମାନଙ୍କ ଆଧିପତ୍ୟ ଯଥେଷ୍ଟ ଅଧିକ । ଅବୈଧ ଖନନରେ ମଧ୍ୟ ନକ୍ସଲ ମାନଙ୍କର ଏକ ବିଶେଷ ଭୂମିକା ରହିଛି । ମାର୍ଚ୍ଚ ୨୦୧୦ କେନ୍ଦ୍ର ଖଣିମନ୍ତ୍ରୀ ହାଣ୍ଡିକ ଦେଇଥିବା ବୟାନ ଅନୁସାରେ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏକ ଲକ୍ଷ ୬୧ ହଜାର ୪୦ ଅବୈଧ ମାଇନ୍ସ ରହିଛି ।

ରିପୋର୍ଟ କହୁଛି ୨୦୧୮ ଶେଷ ବେଳକୁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଏନଆଇଏ ଏକ ବଡ଼ ଖୁଲାସା କରିଥିଲା । ଏହି ରିପୋର୍ଟ ଅନୁସାରେ ନକ୍ସଲମାନେ କେବଳ କର୍ପୋରେଟ୍ ବିଜନେସମ୍ୟାନ ବା ମାଇନିଙ୍ଗ୍ ରୁ ନୁହେଁ ବରଂ ନିଜ ଅଞ୍ଚଳର ଲୋକଙ୍କ ଠାରୁ ମଧ୍ୟ ଜୋର ଜବରଦସ୍ତି ବଟି ଆଦାୟ କରିଥାନ୍ତି । ଖାଲି ସେତିକି ନୁହେଁ ବରଂ ଏମାନେ ଅପରେଟିଭ୍ ସୋସାଇଟି ଏବଂ ମ୍ୟୁଚୁଆଲ ଫଣ୍ଡସରେ ମଧ୍ୟ ପୁଞ୍ଜିନିବେଶ କରନ୍ତି । ଏନଆଇଏ ଅନୁସାରେ ଗିରଫ ହୋଇଥିବା ଏକ ମାଓବାଦୀ ଠାରୁ ୧୨ ଲକ୍ଷ ଟଙ୍କାର ପଣ୍ଡ୍ସ ମିଳିଥିଲା ।

 

ନକ୍ସଲଙ୍କ ଫଣ୍ଡିଂର ଆଉ ଏକ ଉତ୍ସ ହେଉଛି ପାକିସ୍ତାନ ଏବଂ ଆତଙ୍କବାଦୀ ସଙ୍ଗଠନ । ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସୋସାଇଟି ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁସାରେ ମାଓବାଦୀଙ୍କ ଲିଙ୍କ୍ ପାକିସ୍ତାନର ଆଇଏସଆଇ ଏବଂ ଅଣ୍ଡରଓ୍ୱର୍ଲଡ ନେତାଙ୍କ ସହିତ ରହିଛି । ଅଧ୍ୟୟନ ଏହା ମଧ୍ୟ କହୁଛିଯେ, ମାଓବାଦୀଙ୍କ ଫଣ୍ଡିଂର ଆଉ ଏକ ସୋର୍ସ ହେଉଛି ବ୍ଲାକମେଲିଂ ଏବଂ ରବରୀ । ତେବେ ଏହି ଫଣ୍ଡ୍ କୁ ଅସ୍ତ୍ରଶସ୍ତ୍ର କିଣିବା ଓ ଆନ୍ଦୋଳନ ପାଇଁ ବ୍ୟବହାର କରୁଥିବା ମାଓବାଦୀଙ୍କ ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହୋଇପଡ଼ିଛି ।

Leave a Reply