ରାଜଧାନୀ ଡବଲ ମର୍ଡ଼ର ଘଟଣା: ଭିଣୋଇର କଟୁରୀ ଚୋଟରେ ଜୀବନ ହାରିଲା ୨ମାସ ହେବ ବିବାହ କରିଥିବା ଶାଳୀ

ଭୁବନେଶ୍ୱର: ରାଜଧାନୀ ଡବଲ ମର୍ଡ଼ର ଘଟଣା । ସାମ୍ନାକୁ ଆସୁଛି ବହୁ ଚାଞ୍ଚଲ୍ୟକର ତଥ୍ୟ । ବିବାହକୁ ୨ମାସ ହୋଇଥିଲା । ଚାକିରୀ ପାଇଁ ହଷ୍ଟେଲରେ ରହୁଥିଲେ ମୃତକ ଶାଳୀ ସରସ୍ବତୀ ସେଠୀ ।  କିଏ ଜାଣିଥିଲା ଭିଣୋଇର କଟୁରୀ ଚୋଟରେ ଚାଲିଯିବ ପ୍ରାଣ । ଭଉଣୀ ଭିଣୋଇଙ୍କ ପାରିବାରିକ କଳହରେ ଭିଣୋଇର ଆକ୍ରୋଶର ଶିକାର ହେବେ ଶାଳୀ । ଏବେ ଦୁଇମାସର ସ୍ତ୍ରୀ ସରସ୍ୱତୀଙ୍କୁ ହରାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ସ୍ବାମୀ । ବିବାହକୁ ୨ ମାସ ହୋଇଥିବା ବେଳେ ଆରପାରିକୁ ଚାଲିଯାଇଛନ୍ତି ସରସ୍ୱତୀ ।

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସ୍ବାମୀ ବିଜୟ କେତନ ସେଠୀକୁ ଗିରଫ କରିଛି ପୋଲିସ । ଗୁରୁବାର ରାତିରୁ ଦୁହିଁଙ୍କୁ ହତ୍ୟା କରିଥିଲା ସୈତାନ ସ୍ବାମୀ । ଆଜି ଘରୁ ପଚା ଗନ୍ଧ ବାହାରିବାରୁ ଶବ ଲୁଚାଇବାକୁ ଚେଷ୍ଟା କରୁଥିଲା ବିଜୟ । ହେଲେ ଶ୍ବଶୁର ଓ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ପୋଲିସ ତାକୁ ଗିରଫ କରିନେଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିପାରିକ କଳହ ଓ ସନ୍ତାନ ହେଉନଥିବାରୁ ସ୍ତ୍ରୀ ଗାୟତ୍ରୀ ସେଠୀକୁ ହାଣିଛି ନୃଶଂସ ସ୍ବାମୀ । ୨୦୧୧ରେ ଗାୟତ୍ରୀଙ୍କୁ ବିବାହ କରିଥିଲେ ବିଜୟ । ଶାଳୀ ହଷ୍ଟେଲରେ ରହି ଚାକିରି କରୁଥିଲେ ।

ହଠାତ୍ ସେଦିନ ଶାଳୀ ତାଙ୍କର ଘରକୁ କେମିତି ଓ କାହିଁକି ଆସିଥିଲେ ତାହା ସ୍ପଷ୍ଟ ହୋଇନି । ଘରୋଇ ଅଫିସରେ କାମ କରୁଥିଲା ଅଭିଯୁକ୍ତ ସ୍ବାମୀ । ଗୁରୁବାର ସନ୍ଧ୍ୟାରେ ଅଫିସରୁ ଫେରିବା ପରେ ହୋଇଥିଲା ଝଗଡ଼ା । ହଠାତ୍ ଟାଙ୍ଗିଆରେ ପ୍ରଥମେ ଶାଳୀ ପରେ ସ୍ତ୍ରୀକୁ କରିଥିଲା ହତ୍ୟା । ହତ୍ୟାକାଣ୍ଡ ପରେ ଟାଙ୍ଗିଆ ବାଡିପଟକୁ ଫୋପାଡିଦେଇଥିଲା । ଶାଶୁ ଶ୍ବଶୂର ଫୋନ୍ କରିଥିଲେ । ହେଲେ ଫୋନ୍ ସୁଇଚ୍ ଅଫ୍ କରିଥିଲା ଅଭିଯୁକ୍ତ । ଗଲା ଗୁରୁବାରଠାରୁ ୨ଝିଅଙ୍କ ସହ କଥା ହୋଇନଥିଲେ ବାପା ମା ।

ଅନ୍ୟପଟେ, ସ୍ତ୍ରୀ ଓ ଶାଳୀକୁ ହତ୍ୟା ପୂର୍ବରୁ ଯୋଜନା କରିଥିଲା ବିଜୟ । ଯୋଜନାବଦ୍ଧ ଭାବେ ଶାଳୀକୁ ହଷ୍ଟେଲରୁ ଲେଖି କରି ଆଣିଥିଲା । ମୋବାଇଲକୁ ସ୍ୱିଚ୍ ଅଫ୍ କରି ସମସ୍ତଙ୍କୁ ମାରି ଦେଇ ଘରେ ତାଲା ପକାଇ ବାହାରକୁ ପଳାଇଥିଲା ସେ । ତେଣୁ ସନ୍ଦେହ ବଢ଼ିଥିଲା ବୋଲି କହିଛନ୍ତି ପଡୋଶୀ ।