ଶୁଭେନ୍ଦୁଙ୍କୁ ହରାଇ ନନ୍ଦିଗ୍ରାମ ଜିତିଲେ ମମତା

ନନ୍ଦିଗ୍ରାମ: ଶେଷରେ ବହୁକଷ୍ଟରେ ନନ୍ଦିଗ୍ରାମ ଉପରେ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ୧୨ଶହ ଭୋଟରେ ପରାସ୍ତ କରିଛନ୍ତି ମମତା । ଭୋଟ ଗଣତିର ୧୭ ରାଉଣ୍ଡରେ ଶୁଭେନ୍ଦୁ ପରାସ୍ତ ହୋଇଛନ୍ତି । ଗଣତି ଆରମ୍ଭରୁ ଶୁଭେନ୍ଦୁ ଆଗୁଆ ଥିଲେ । କିନ୍ତୁ ଧିରେ ଧିରେ ସେ ପଛରେ ପଡିଥିଲେ । ତେବେ ଶୁଭେନ୍ଦୁ ଓ ଦିଦିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କଡା ଥିଲା । ମୁଳରୁ ହିଁ ଜଣା ପଡୁଥିଲା ନନ୍ଦିଗ୍ରାମରେ କିଛି ମଧ୍ୟ ହୋଇପାରେ।
ଆରମ୍ଭରୁ ନନ୍ଦିଗ୍ରାମ ସିଟ୍ ହାଇ ପ୍ରୋପାଇଲ ହୋଇ ରହି ଆସିଛି । ଏହି ଆସନ ଆଗରୁ ବାମ ମୋର୍ଚ୍ଚାର ଗଡ ଥିଲା । କିନ୍ତୁ ନନ୍ଦିଗ୍ରାମ ଆନ୍ଦୋଳନ ପରଠାରୁ ଏହା ତୃଣମୂଳ କଂଗ୍ରେସ କବଜାକୁ ଆସିଥିଲା । ନନ୍ଦିଗ୍ରାମରେ ରାଜନୈତିକ ପ୍ରଭାବ ରଖୁଥିବା ଅଧିକାରୀ ପରିବାର ଏଠାରେ ମମତାଙ୍କ ନିକଟତର ଥିଲା । କିନ୍ତୁ ରାଜନୈତିକ ମତଭେଦ କାରଣରୁ ଶୁଭେନ୍ଦୁ ଟିଏମସି ଛାଡି ଦେଇଥିଲେ । ନିର୍ବାଚନର କେଇଦିନ ଆଗରୁ ସେ ବିଜେପିରେ ଯୋଗ ଦେଇଥିଲେ ।
ନନ୍ଦିଗ୍ରାମରେ ୮୮ ପ୍ରତିଶତ ଭୋଟ୍ ହୋଇଥିଲା । ଶୁଭେନ୍ଦୁ ଓ ତାଙ୍କ ପରିବାରର ନନ୍ଦିଗ୍ରାମ ଉପରେ ପ୍ରଭାବ ଥିବାରୁ ମମତାଙ୍କ ପାଇଁ ନନ୍ଦିଗ୍ରାମ ଲିଟମସ୍ ଟେଷ୍ଟ୍ ହେବ ବୋଲି କୁହାଯାଉଥିଲା । ଯାହା ହୋଇଥିଲା ମଧ୍ୟ । କାରଣ ନନ୍ଦିଗ୍ରାମରେ ମମତାଙ୍କୁ କଡା ଟକ୍କର ମିଳିଥିଲା ।

Leave a Reply