ଦୁର୍ଗା ପୂଜା ପେଣ୍ଡାଲରେ ତିଆରି ହେଉଛି ମମତାଙ୍କ ୧୦ ହାତ ଥିବା ମୂର୍ତ୍ତି, ଶୁଭେନ୍ଦୁ କହିଲେ ଏହା ମମତାଙ୍କ ଅହଂକାର

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୁର୍ଗାପୂଜା ହେଉଛି ପଶ୍ଚିମବଙ୍ଗର ସବୁଠାରୁ ବଡ଼ ପର୍ବ। କରୋନାରେ ପୂର୍ବବର୍ଷ ଦୁର୍ଗା ପୂଜା ଫିକା ପଡ଼ିଥିବା ବେଳେ ଚଳିତ ବର୍ଷ ପଶ୍ଚିମବଙ୍ଗରେ ଧୁମଧାମରେ ପାଳନ ହେବାକୁ ଯାଉଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ବହୁତ ସୁନ୍ଦର ସୁନ୍ଦର ପେଣ୍ଡାଲ ମାନଙ୍କରେ ମା’ ଭକ୍ତଙ୍କୁ ଦର୍ଶନ ଦେବେ। ଏହା ସହ ଅନେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ। କିନ୍ତୁ ଇତି ମଧ୍ୟରେ ପେଣ୍ଡାଲରେ ମା’ଙ୍କ ମୂର୍ତ୍ତିକୁ ନେଇ ଏକ ବିବାଦ ଉପୁଜିଛି। କାରଣ ଏଥର ଦୁର୍ଗା ପେଣ୍ଡାଲରେ ସିଏମ୍‌ ମମତା ବାନାର୍ଜୀଙ୍କ ମୂର୍ତ୍ତି ଦେଖିବାକୁ ମିଳିବ।

ବିଜେପିକୁ ଟାର୍ଗେଟ କରି ଚଳିତବର୍ଷ ଚିର୍ବାଚନରେ ଟିଏମ୍‌ସି ବିଜୟ ହାସଲ କରିଥିଲା। ପଶ୍ଚିମବଙ୍ଗକୁ ପୁଣିଥରେ ନିଜ ଅକ୍ତିଆରକୁ ନେଇଥିଲେ ମମତା। ଯେଉଥିପାଇଁ ଏଥର ପୂଜାରେ ମଧ୍ୟ ଏହାର ଝଲକ ଦେଖିବାକୁ ମଳିବ। ଏଥର ପଶ୍ଚିମବଙ୍ଗର ଏକ ଦୁର୍ଗା ପୂଜା ପେଣ୍ଡାଲରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ୧୦ ହାତ ଥିବା ମୂର୍ତ୍ତି ନିର୍ମାଣ ହେଉଛି।

ମୂର୍ତ୍ତି କାରିଗର ମିଣ୍ଟୁ ପାଲ ତାଙ୍କ ଦଳ ସହିତ ମମତା ବାନାର୍ଜୀଙ୍କ ୧୦ ହାତ ଥିବା ପ୍ରତିମୂର୍ତ୍ତିକୁ ତିଆରି କରୁଛନ୍ତି। ଦୁର୍ଗା ପୂଜା ସମୟରେ ଏହି ପ୍ରତିମାକୁ ଏକ ପେଣ୍ଡାଲରେ ରଖାଯିବ। କୁହାଯାଉଛି ଯେ ଏହି ପ୍ରତିମୂର୍ତ୍ତି ମମତା ବାନାର୍ଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ ହୋଇଥିବା ୧୦ ଟି ଯୋଜନା ବିଷୟକୁ ନେଇ ତିଆରି କରାଯାଇଛି। ପ୍ରତିମା ମାଧ୍ୟମରେ ସମୁଦାୟ ୧୦ ଟି ଯୋଜନା ଦେଖାଇବାକୁ ଚେଷ୍ଟା କରାଯିବ।

ସେପଟେ ଏହାକୁ ମମତାଙ୍କ ଇଗୋ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପିର ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ।

ମୂର୍ତ୍ତି କାରିଗର ପିଣ୍ଟୁ ପ୍ରତିମୂର୍ତ୍ତିକୁ ନେଇ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରତିମା ଉପରେ କୌଣସି ବିବାଦ ନହେବା ଉଚିତ୍। କାରଣ ଅତୀତରେ ମଧ୍ୟ ଅନେକ ନେତାଙ୍କୁ ନେଇ ଏପରି ପ୍ରତିମୂର୍ତ୍ତି ପ୍ରସ୍ତୁତ ହୋଇସାରିଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ମମତା ବାନାର୍ଜୀଙ୍କ ପ୍ରତିମା ପୂଜା କରାଯିବ ନାହିଁ। ଏହାକୁ ଜନସାଧାରଣ ଦେଖିବା ପାଇଁ କେବଳ ପେଣ୍ଡାଲାରେ ରଖାଯିବ। ତେବେ ଏହି ପ୍ରତିମାକୁ ନିର୍ମାଣ କରିବା ପାଇଁ ନାଜରୁଲ ପାର୍କ ଉନ୍ନୟନ ସମିତି କହିଥିଲା। ମମତା ବାନାର୍ଜୀଙ୍କ ଏହି ପ୍ରତିମୂର୍ତ୍ତିକୁ ବିସର୍ଜନ କରାଯିବ ନାହିଁ।

ବିଜେପି ମମତା ବାନାର୍ଜୀଙ୍କ ଏହି ପ୍ରତିମୂର୍ତ୍ତିକୁ ତାଙ୍କ ଇଗୋ ସହିତ ଯୋଡିଛି। ଶୁଭେନ୍ଦୁ କହିଛନ୍ତି ତୁମକୁ ଭଗବାନ କହି ଖୁସି କରାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ଥଟ୍ଟା କରି କହିଛନ୍ତି। ଏହା ସ୍ପଷ୍ଟ ଯେ ତୁମର ଅହଂକାର ଏତେ ବଢ଼ିଯାଇଛିଯେ ସେଥିପାଇଁ ତୁମ ବିବେକ ବି ତୁମକୁ ବାଧା ଦେଉନି ବୋଲି ବିଜେପି କହିଛି।

Leave a Reply