ଜାଣନ୍ତୁ ଦିଲ୍ଲୀପଙ୍କ ସେହି ସ୍ୱର୍ଣ୍ଣିମ ଚଳଚିତ୍ର ଗୁଡ଼ିକୁ ଯାହା ତାଙ୍କୁ ଦେଇଛି ‘The Tragedy King’ର ଆଖ୍ୟା

1 min read

ନୂଆଦିଲ୍ଲୀ: ଆଜି ବଲିଉଡର ଲେଜେଣ୍ଡାରୀ ଅଭିନେତା ଦିଲ୍ଲୀପ କୁମାରଙ୍କ ଶୁଭ ଜନ୍ମଦିନ । ଆଜି ୯୮ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି ଦିଲ୍ଲୀପ । ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସୋସିଆଲ ମିଡିଆରେ ସାଇଡରେ ତାଙ୍କ ଶୁଭକାଂକ୍ଷୀଙ୍କ ଛୁଟିଛି ଶୁଭେଚ୍ଛାର ବାର୍ତ୍ତା । ତେବେ ବଲିଉଡ ଜଗତରେ ଜଣେ ଉଚ୍ଚ କୋଟିର ଅଭିନେତା ଭାବରେ ଦିଲ୍ଲୀପ ଖୁବ ଜଣାଶୁଣା । ତାଙ୍କ ଅଭିନୟ ଜୀବନରେ ସେ ୬୫ଟି ଫିଲ୍ମରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ତାଙ୍କ ସ୍ୱର୍ଣ୍ଣିମ ଅଭିନୟ ଜୀବନର କିଛି ସୁପରହିଟ ଫିଲ୍ମ ଉପରେ ଯାହା ତାଙ୍କୁ ‘The Tragedy King’ ର ଉପାଧି ଦେଇଛି ।

୧. ଦେବଦାସ- ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଉପନ୍ୟାସ ‘ଦେବଦାସ’ ରୁ ଅନୁପ୍ରାଣିତ ଫିଲ୍ମ ଦେବଦାସରେ ଦିଲ୍ଲୀପ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବିମଲ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତି ଏହି ଫିଲ୍ମରେ ଦିଲ୍ଲୀପଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା । ଧ୍ୱଂସ ଆଡକୁ ଗତି କରୁଥିବା ଜଣେ ପାଗଳ ପ୍ରେମୀକର ଅଭିନୟରେ ଦିଲ୍ଲୀପ କୁମାର ସମସ୍ତଙ୍କ ମନ ମୋହିଥିଲେ ।

 

୨. ବାବୁଲ- ୧୯୫୦ ମସିହାରେ ରିଲିଜ ହୋଇଥିବା ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ବାବୁଲ’ ସେହି ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ଥିଲା । ଦିଲ୍ଲୀପ କୁମାର, ଦିବଙ୍ଗତ ଅଭିନେତ୍ରୀ ନର୍ଗିସ ଏବଂ ସ୍ୱର୍ଗତ ଅଭିନେତା ମୁନାୱର ସୁଲତାନକୁ ନେଇ ନିର୍ମିତି ଏହି ତ୍ରିକୋଣୀୟ ପ୍ରେମ କାହାଣୀରେ ମଧ୍ୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ ଦିଲ୍ଲୀପ ।

୩. ଦାଗ୍- ଅମିୟ ଚକ୍ରବର୍ତ୍ତୀଙ୍କ ଦ୍ୱାରା ନିର୍ଦ୍ଦେଶିତ ସାମାଜିକ କାହାଣୀ ଉପରେ ଆଧାରିତ ‘ଦାଗ୍’ ଦିଲୀପ କୁମାରଙ୍କୁ ସର୍ବଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବରେ ତାଙ୍କ ଜୀବନର ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ଦେଇଥିଲା ।

୪. ମୁଗଲ-ଏ-ଆଜମ୍- ମୁଗଲ ରାଜକୁମାର ସଲୀମ ଏବଂ ନୃତ୍ୟଙ୍ଗନା ଅନାରକଲୀଙ୍କ ଟ୍ରାଜିକ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ମୁଗଲ-ଏ-ଆଜମ ଦୀଲ୍ଲୀପଙ୍କ ଜୀବନର ସବୁଠାରୁ ଟ୍ରାଜିକ ଫିଲ୍ମ ଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ ସେ ଅନେକ ପୁରସ୍କାରର ହକଦାର ହୋଇଛନ୍ତି । ୧୯୬୧ ମସିହାରେ ମଗଲ-ଏ-ଆଜମକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା ।

୫. ଦିଦାର- ଦୁଃଖଦ ପ୍ରେମ କାହାଣୀକୁ ନେଇ ନିର୍ମିତ ଫିଲ୍ମ ଦିଦାରରେ ନର୍ଗିସ, ନିମ୍ମି ଏବଂ ଦିଲୀପ କୁମାରଙ୍କୁ ଦେଖିବାକୁ ମିଳିଥିଲା । ଅପରିପୂର୍ଣ୍ଣ ପ୍ରେମ କାହାଣାକୁ ନେଇ ନିର୍ମିତ ଏହି ଫିଲ୍ମ ମଧ୍ୟ ଦିଲ୍ଲୀପଙ୍କୁ ଖୁବ ସଫଳତା ଦେଇଥିଲା ।

ଏହା ସବୁ ଫିଲ୍ମ ବ୍ୟତୀତ ଦିଲ୍ଲୀପ କୁମାରଙ୍କ ଅଭିନୀତ ସୈରାଟ, ତରାନା, ୟାହୁଦି ଏବଂ କୁମତୀ ମଧ୍ୟ ଖୁବ ଚର୍ଚ୍ଚିତ । ଦିଲ୍ଲୀପ କୁମାର ଶେଷ ଥର ପାଇଁ୧୯୯୮ ମସିହାରେ ନିର୍ମିତ ଫିଲ୍ମ ‘କିଲା’ ନଜର ଆସିଥିଲେ । ୧୯୯୪ ମସିହାରେ ତାଙ୍କୁ ଦାଦାସାହେବ ଭାଲକେ ପୁରସ୍କାର ଏବଂ ୨୦୧୫ ମସିହାରେ ପଦ୍ମ ବିଭୂଷଣସ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave a Reply