ପରଲୋକରେ କୋକସରା ପୂର୍ବତନ ବିଧାୟିକା ରୋଶନୀ ସିଂଦେଓ

ଭୁବନେଶ୍ୱର: ପୂର୍ବତନ କୋକସରା ବିଧାୟିକା ତଥା ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ରୋଶନୀ ସିଂଦେଓଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ରୋଶନୀ ସିଂଦେଓ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ କୋକସରା ବିଧାୟିକା ଥିଲେ । ପୂର୍ବତନ ବିଧାୟିକା ରୋଶନୀ ସିଂଦେଓ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଜୟପାଟଣା ନିଆଯିବ । ପୂର୍ବତନ ବିଧାୟିକାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

Leave a Reply