ଜାଣନ୍ତୁ ରାଜା ମହେନ୍ଦ୍ର ପ୍ରତାପ ସିଂହ କିଏ, ଯାହାଙ୍କ ନାଁରେ ଅଲୀଗଡ଼ରେ ତିଆରି ହେଉଛି ବିଶ୍ୱବିଦ୍ୟାଳୟ

1 min read

ନୂଆଦିଲ୍ଲୀ: ଦେଶର ରାଜଧାନୀଠାରୁ ପାଖାପାଖି ୨୦୦ କିଲୋମିଟର ଦୂରରେ ଅବସ୍ଥିତ ଅଲୀଗଡ଼ରେ ଆଜି ଉତ୍ସବର ମାହୋଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଲୀଗଡ଼ରେ ଏକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟର ନାମ ରାଜା ମହେନ୍ଦ୍ର ପ୍ରତାପ ସିଂଙ୍କ ନାମରେ ରଖାଯାଇଛି ।  ମହେନ୍ଦ୍ର ପ୍ରତାପ ସିଂହ କାବୁଲରେ ଥିବାବେଳେ ଭାରତର ପ୍ରଥମ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିଲେ । ସେହି ସରକାରର ମୁଖ୍ୟ ଥିଲେ ରାଜ ମହେନ୍ଦ୍ର ପ୍ରତାପ । ଆଜି, ଯେଉଁଠାରେ ଉତ୍ତରପ୍ରଦେଶର ହାଥସର ଜିଲ୍ଲା ପଡେ, ସେଠାରେ ରାଜ ମହେନ୍ଦ୍ର ପ୍ରତାପ ସିଂଙ୍କ ଶାସନ ହେଉଥିଲା । ଯେଉଁ ଜମି ଉପରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି ସେହି ଜମିକୁ ରାଜା ସାହେବଙ୍କ ପରିବାର ଦାନ କରିଥିଲେ । ରାଜା ମହେନ୍ଦ୍ର ପ୍ରତାପଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେବ ଦାବି ହେଉଥିଲା । ପରିଶେଷରେ ରାଜ ମହେନ୍ଦ୍ର ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ତିଆରି ହେବାକୁ ଯାଉଛି ।

ରାଜନୀତିରେ ରୂଚି ରଖୁଥିଲେ ରାଜା ସାହେବ

ମହେନ୍ଦ୍ର ପ୍ରତାପ ସିଂ ୧୮୮୬ ମସିହାରେ ଆଲିଗଡର ମୁରସାନ୍ ରାଜ୍ୟର ଉତ୍ତରାଧିକାରୀ ଭାବରେ ଜନ୍ମଗ୍ରହଣ କରିଥିଲେ । ତିନି ବର୍ଷ ବୟସରେ ମହେନ୍ଦ୍ର ପ୍ରତାପଙ୍କୁ ହାଥରସର ରାଜା ହରନାରାୟଣ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ ।ତାଙ୍କର ପ୍ରାଥମିକ ଶିକ୍ଷା ଏକ ସରକାରୀ ବିଦ୍ୟାଳୟରେ ହୋଇଥିଲା, କିନ୍ତୁ ପରେ ତାଙ୍କୁ ମହମ୍ମଦାନ୍ ଆଙ୍ଗ୍ଲୋ-ଓରିଏଣ୍ଟାଲ୍ କଲେଜିଏଟ୍ ସ୍କୁଲରେ ଭର୍ତ୍ତି କରାଯାଇଥିଲା, ଯାହା ପରେ ଅଲୀଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା । ମହେନ୍ଦ୍ର ପ୍ରତାପ ସ୍ନାତକୋତ୍ତର ସମାପ୍ତ କରିପାରିଲେ ନାହିଁ । ଆଡମିଶନର ୧୦ ବର୍ଷ ପରେ ଅର୍ଥାତ ୧୯୦୫ ମସିହାରେ ସେ କଲେଜ ଛାଡିଥିଲେ । ଛାତ୍ର ଜୀବନରୁ ସେ ରାଜନୀତିରେ ଗଭୀର ଭାବରେ ଆଗ୍ରହୀ ଥିଲେ ।

ସ୍ୱଦେଶୀ ଆନ୍ଦୋଳନରେ ଅଂଶଗ୍ରହଣ ପରେ ଆହୁରି ମାର୍ଜିତ ହୋଇଥିଲେ ପ୍ରତାପ

ଶ୍ୱଶୂରଙ୍କ ବାରଣ ସତ୍ତ୍ୱେ ୧୯୦୬ ମସିହାରେ ମହେନ୍ଦ୍ର ପ୍ରତାପ କୋଲକାତା ଯାଇ କଂଗ୍ରେସ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ସ୍ୱଦେଶୀ ଆନ୍ଦୋଳନରେ ଜଡିତ ଅନେକ ନେତାଙ୍କ ସହ ସାକ୍ଷାତ ପରେ ମହେନ୍ଦ୍ର ପ୍ରତାପଙ୍କର ଦେଶଭକ୍ତି ଆହୁରି ତୀବ୍ର ହୋଇଥିଲା । ସେ ରାଜକୀୟ ଉତ୍ତରାଧିକାରୀଭାବରେ ଛୋଟ ଶିଳ୍ପ ଏବଂ ସ୍ୱଦେଶୀ ଦ୍ରବ୍ୟକୁ ଉତ୍ସାହିତ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଦାଦାଭାଇ ନାଓରୋଜି, ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲଙ୍କ କଥା ମହେନ୍ଦ୍ର ପ୍ରତାପଙ୍କ ଉପରେ ପ୍ରବଳ ପ୍ରଭାବ ପକାଇଥିଲା । ମହେନ୍ଦ୍ର ପ୍ରତାପ ତାଙ୍କ ରାଜ୍ୟରେ ବିଦେଶୀ ପୋଷାକ ଜାଳିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ ।

କାବୁଲରେ ଗଠନ ହେଲା ଭାରତର ପ୍ରଥମ ମଧ୍ୟବର୍ତ୍ତୀକାଳୀନ ସରକାର

ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଥିଲା । ଅନ୍ୟପଟେ ମହେନ୍ଦ୍ର ପ୍ରତାପଙ୍କ ହୃଦୟରେ ମାତୃଭୂମିକୁ ସ୍ୱାଧୀନ କରିବାର ଜ୍ୱାଳା ବଢ଼ିବାରେ ଲାଗିଥିଲା । ଡିସେମ୍ବର ୧୯୧୪ ମସିହାରେ ସେ ତୃତୀୟ ଥର ପାଇଁ ଦେଶରୁ ବାହାରକୁ ଯାଇଥିଲେ । ଏହି ଆଶାରେ ଯେ ବିଦେଶୀ ଶକ୍ତିଙ୍କ ସାହାଯ୍ୟରେ ଭାରତକୁ ବ୍ରିଟିଶମାନଙ୍କ କବଳରୁ ମୁକ୍ତ କରିବେ । ୟୁରୋପର ଅନେକ ଦେଶରେ ଯୋଗାଯୋଗ ବୃଦ୍ଧି କରିବା ପରେ ମହେନ୍ଦ୍ର ପ୍ରତାପ କାବୁଲକୁ ଚାଲିଗଲେ ।

୧୯୧୫ ମସିହା ଡିସେମ୍ବର ୧ ତାରିଖରେ ଥିଲା ରାଜ ମହେନ୍ଦ୍ର ପ୍ରତାପ ସିଂହଙ୍କ ୨୮ ତମ ଜନ୍ମଦିନ । ସେଦିନ ସେ କାବୁଲରେ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିଲେ । ନିଜକୁ ରାଷ୍ଟ୍ରପତି ଏବଂ ମୌଲଭୀ ବାରକାଟୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ । ବ୍ରିଟିଶମାନଙ୍କ ବିରୁଦ୍ଧରେ ଜିହାଦ ଯୁଦ୍ଧ ଆରମ୍ଭ ହୋଇଥିଲା । ପରବର୍ତ୍ତୀ କିଛି ବର୍ଷ ସେହିଭଳି ସଂଘର୍ଷରେ ବିତିଥିଲା ।

ବ୍ରିଟିଶମାନେ ଘେରିବା ପରେ ଜାପାନ ପଳାଇଥିଲେ ରାଜା

ଦିମିର ଲେନିନଙ୍କ ସହ ମହେନ୍ଦ୍ରଙ୍କ ସଂପର୍କ ଭଲ ଥିଲା । ଲେନିନ ରାଜାଙ୍କୁ ଋଷ ଡାକିଥିଲେ । ସେ ସମୟରେ ଇଂଗ୍ରେଜ ମାନଙ୍କ ପାଇଁ ମହେନ୍ଦ୍ର ପ୍ରତାପ ବଡ଼ ବିପଦ ଭାବେ ଉଭା ହୋଇଥିଲେ । ବ୍ରିଟିଶ ସରକାର ରାଜ ମହେନ୍ଦ୍ର ପ୍ରତାପ ସିଂଙ୍କ ମୁଣ୍ଡରେ ଏକ ପୁରସ୍କାର ରଖିଥିଲେ, ତାଙ୍କର ସମସ୍ତ ସମ୍ପତ୍ତି ଜବତ କରି ତାଙ୍କୁ ପଳାତକ ଘୋଷଣା କରିଥିଲେ । ୧୯୨୫ ମସିହାରେ ରାଜଙ୍କୁ ଜାପାନ ପଳାଇବାକୁ ପଡିଥିଲା ।

୧୯୫୪ରେ ବାଜପେୟୀଙ୍କର ହରାଇ ସଂସଦ ଗଲେ ରାଜା

ଜାପାନରେ ମଧ୍ୟ ରାଜା ପ୍ରତାପ ସିଂହ ଏହି ଚିନ୍ତାରେ ଥିଲେ ଯେ, କିପରି ବିଶ୍ୱଯୁଦ୍ଧ ଦ୍ୱାରା ଉପୁଡିଥିବା ପରିସ୍ଥିତିର ଫାଇଦା ଉଠାଉ ଭାରତକୁ ସ୍ୱାଧୀନ କରାଯାଇପାରିବ । ୧୯୩୨ ମସିହାରେ ରାଜା ମହେନ୍ଦ୍ର ପ୍ରତାପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନିତ କରାଯାଇଥିଲା । ୩୨ ବର୍ଷ ପରେ, ୧୯୪୬ ମସିହାରେ ରାଜା ଭାରତ ଫେରିଥିଲେ  ଏବଂ ସିଧା ମହାତ୍ମା ଗାନ୍ଧିଙ୍କୁ ଦେଖାକରିବା ପାଇଁ ବର୍ଧା ଯାଇଥିଲେ । ସେପର୍ଯ୍ୟନ୍ତ ସ୍ୱାଧୀନତା ସୁନିଶ୍ଚିତ ହୋଇଯାଇଥିଲା । ସ୍ୱାଧୀନତା ପରେ ମହେନ୍ଦ୍ର ପ୍ରତାପ ଜନତାଙ୍କ ହାତରେ କ୍ଷମତା ଦେବାପାଇଁ ଅଭିଯାନ ଆରମ୍ଭ କରିଥିଲେ ।

ଅବଶ୍ୟ ଜବାହାର ଲାଲ ନେହେରୁ ତାଙ୍କୁ ଏତେଟା ଗୁରୁତ୍ୱ ଦେଇନଥିଲେ । କଂଗ୍ରେସରେ ମଧ୍ୟ ରାଜା ସାହେବଙ୍କୁ ସ୍ଥାନ ମିଳିନଥିଲା । ୧୯୫୭ ମସିହାରେ ମହେନ୍ଦ୍ର ପ୍ରତାପ ମଥୁରାରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତିଥିଲେ । ସେହି ବର୍ଷ ଜନ ସଂଗଠନ ଅଟଳ ବିହାରୀ ବାଜପେୟୀଙ୍କୁ ଏହି ଆସନରୁ ଛିଡ଼ା କରାଇଥିଲା । ୧୯୭୯ ମସିହାରେ ରାଜ ମହେନ୍ଦ୍ର ପ୍ରତାପ ସିଂଙ୍କର ମୃତ୍ୟୁ ହୋଇଥିଲା ।

Leave a Reply