ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର, ୬ ଗିରଫ

1 min read
Delhi Special Cell Arrested 6 Terrorists

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ଼ ସଫଳତା ମିଳିଛି । ୬ ଜଣ ଆତଙ୍କବାଦୀକୁ ଗିରଫ କରିଛି ସ୍ପେଶାଲ ସେଲ୍ । ଗିରଫ ଆତଙ୍କବାଦୀଙ୍କ ସମ୍ପର୍କ ଆଇଏସ୍ଆଇ ଓ ଅଣ୍ଡରୱର୍ଲ୍ଡ ସହ ଥିବା କୁହାଯାଉଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନରେ ପ୍ରଶିକ୍ଷଣ ନେଇଥିଲେ । ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଜବତ କରାଯାଇଛି ।

ଆତଙ୍କବାଦୀ ମାନେ ଦେଶରେ ଅଲଗା ଅଲଗା ସହରରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ । ଏହାଛଡ଼ା ଏମାନଙ୍କ ଟାର୍ଗେଟରେ ଥିଲେ ବହୁ ଜଣାଶୁଣା ବ୍ୟକ୍ତି ବିଶେଷ । ସୂତ୍ର ଅନୁସାରେ, କିଛି ରାଜନେତାଙ୍କ ସହ ସମାଜସେବୀ ଓ ଶିଳ୍ପପତିଙ୍କୁ ଏମାନେ ଟାର୍ଗେଟ୍ କରିଥିଲେ । ତେବେ ଏମାନଙ୍କ ନଜରରେ କିଏ କିଏ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ପାକିସ୍ତାନ ପ୍ରଶିକ୍ଷିତ ୨ ଆତଙ୍କବାଦୀଙ୍କ ସମ୍ପର୍କ ପାକିସ୍ତାନର ଗୁଇନ୍ଦ ସଂସ୍ଥା ଆଇଏସ୍ଆଇ ସହ ଥିବା ଜଣାପଡ଼ିଛି । ଆଇଏସ୍ଆଇ ସମ୍ପୂର୍ଣ୍ଣ ଯୋଜନା କରି ସେମାନଙ୍କୁ ଭାରତ ପଠାଇଥିଲା । ଏକାଧିକ ସହରରେ ବିସ୍ଫୋରଣ ପାଇଁ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଯୋଗାଇଥିଲା ।

 Delhi Special Cell Arrested 6 Terrorists

ସ୍ପେଶାଲ ସେଲ୍ ଏସପି ନୀରଜ ଠାକୁରଙ୍କ ଅନୁସାରେ, ଜଣଙ୍କୁ କୋଟାରୁ ଗିରଫ କରାଯାଇଥିବା ବେଳେ ଦିଲ୍ଲୀରୁ ୨ ଜଣ ଓ ଉତ୍ତରପ୍ରଦେଶରୁ ୩ ଜଣଙ୍କୁ ଧରାଯାଇଛି । ମସ୍କଟ ଦେଇ ପାକିସ୍ତାନରେ ୨ ଜଣ ପ୍ରଶିକ୍ଷଣ ନେଇଛନ୍ତି । ୧୪ରୁ ୧୫ ଜଣ ବଙ୍ଗଳା କହୁଥିବା ଲୋକ ପ୍ରଶିକ୍ଷଣ ନେଇଥିବା ଜଣାପଡ଼ିଛି ।

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଅନୁସାରେ, ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ୨ଟି ଟିମ୍ ଦ୍ୱାରା ସଞ୍ଚାଳିତ କରୁଥିଲା । ଗୋଟିଏ ଟିମ୍ ଦାଉଦ ଇବ୍ରାହିମର ଭାଇର ଅନୀସ ଇବ୍ରାହିମ୍ ପରିଚାଳିତ କରୁଥିଲା । ଏହି ଟିମ୍ ମୁଖ୍ୟତଃ ସୀମା ଦେଇ ଅସ୍ତ୍ରଶସ୍ତ୍ର ଭାରତକୁ ଆଣୁଥିଲା । ଅନ୍ୟ ଟିମ୍ ହାୱଲା ମାଧ୍ୟମରେ ଟଙ୍କା ଯୋଗାଣ କରୁଥିଲା ।

Leave a Reply