ଗୋପାଳପୁର ଠାରୁ ୪୧୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’, ଜାଣନ୍ତୁ ‘ଗୁଲାବ’ର ଅର୍ଥ

1 min read
Know Cyclone Gulab Means Named By Pakistan

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଅଗ୍ରସର ହେଉଛି । ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୪୧୦ କିମି ଓ କଳିଙ୍ଗପାଟଣମ ଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୪୮୦ କିମି ଦୂରରେ ରହିଛି ।

Know Cyclone Gulab Means Named By Pakistan

ଗଭୀର ଅବପାତ ଆସନ୍ତା ୬ ଘଣ୍ଟା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ରେ ପରିଣତ ହୋଇପାରେ । ଏହା ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିପାରେ ।

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ନାମକରଣ ପାକିସ୍ତାନ କରିଛି । ‘ଗୁଲାବ’ର ଅର୍ଥ ହେଉଛି ଫୁଲ୍ । ଏହା ବର୍ଷକର ୧୨ ମାସ ଫୁଟିଥାଏ । ‘ଗୁଲାବ’ ଉପକୂଳ ଅତିକ୍ରମ ବେଳେ ଘଣ୍ଟାପ୍ରତି ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ଛୁଇଁବ । ପ୍ରଭାବରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Know Cyclone Gulab Means Named By Pakistan

ବାତ୍ୟା ପାଇଁ ୨୫ ଓ ୨୬ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ୨୭ ତାରିଖ ଯାଏଁ ବଙ୍ଗୋପସାଗରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ବାତ୍ୟା ସମୟରେ ୦.୫ ମିଟର ଉଚ୍ଚର ସମୁଦ୍ର ଜୁଆର ଆସିପାରେ ।

Leave a Reply