ରବିବାର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବେ ଚରଣଜିତ, ବଳି ପଡିବେ କି ଅମରିନ୍ଦରଙ୍କ ସମର୍ଥକ ?

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚାନ୍ନି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିପାରନ୍ତି । ଆଜି ରାଜ୍ୟପାଳଙ୍କୁ ଭେଟି ଏ ସମ୍ବନ୍ଧରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ  । ମିଳିଥିବା ସୂଚନା ମୁତବାକ  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଚରଣଜିତ  । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ତାଲିକା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ।

ଗତ ସୋମବାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିବା ଚନ୍ନି ନୂଆ ମନ୍ତ୍ରିମଣ୍ଡଳ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ୩ ଥର ଦିଲ୍ଲା ଗସ୍ତରେ ଗଲେଣି । ଗତ ସପ୍ତାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ଗ୍ରହଣ କରିଥିଲେ ଚନ୍ନୁ । ନୂଆ ମନ୍ତ୍ରିମଣ୍ଡଳକୁ ନେଇ ବିଭିନ୍ନ ଚାପ, ବିବାଦ ଆଦି ପରିଲକ୍ଷିତ ହୋଇଆସୁଥିବାରୁ ଚନ୍ନି ତିନି ତିନି ଥର ଦିଲ୍ଲୀ ଗସ୍ତ କରିଥିଲେ । ତେବେ ଶେଷରେ ରାହୁଲ ଗାନ୍ଧୀ ଏହି ତାଲିକାକୁ ସ୍ବୀକୃତି ଦେଇଛନ୍ତି ।

ରବିବାର ଚନ୍ନିଙ୍କ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇପାରେ  । ଅନ୍ୟପଟେ ଏହି ତାଲିକାରୁ ୫ ଜଣ ମନ୍ତ୍ରୀଙ୍କ ପଦ ଯିବା ନେଇସୂଚନା ରହିଛି  । ରବିବାର ଅପରାହ୍ନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ  । ତେବେ କାହାର ମନ୍ତ୍ରୀପଦ ଯିବ ତାହା ଏବେ ବି ଅନିଶ୍ଚିତତାରେ ରହିଛି  । ଗୋଟେପଟେ ପିସିିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ସହ ବିବାଦ ଲାଗି ରହିଛି  । ଅନ୍ୟପଟେ ହାଇକମାଣ୍ଡଙ୍କ ହାତ ସିଦ୍ଧୁଙ୍କ ଉପରେ ରହିଥିବା ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହୁଛି  । ତେଣୁ ଏହାରି ଭିତରେ ଯଦି ସିଦ୍ଧୁଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ମନ୍ତ୍ରୀପଦରୁ କଢାଯାଏ, ତେବେ ବଡ଼ ଧରଣର ବିଭ୍ରାଟ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହେବା ନେଇ ଅନୁମାନ କରାଯାଉଛି  ।

Leave a Reply