OTTରେ ଆସିବେ ରକି ଭାଇ: ଘରେ ବସି ଦେଖିବେ KGF-2

1 min read

ମୁ୍ମ୍ବାଇ: ରକି ଭାଇ ଆପଣଙ୍କ ପ୍ରିୟ କି?  ଫିଲ୍ମ KGF-2 ଦେଖିବାକୁ ହଲ୍ ଯିବାକୁ ଆପଣଙ୍କୁ ସମୟ ହେଉନି କି?  ଆପଣ ଯଦି KGF-2 ଦେଖିନାହାନ୍ତି ତାହାଲେ ରକି ଭାଇ ଆସିବେ ଆପଣଙ୍କ ଘରକୁ । ଆଉ ଆପଣ ରକି ଭାଇଙ୍କୁ ଘରେ ବସି ନିଜ ଫୋନ ଏବଂ ଲାପଟପରେ ଦେଖିପାରିବେ । କାରଣ  KGF-2 ଏବେ OTTରେ ରିଲିଜ ହେବାକୁ ଯାଉଛି ।

ବକ୍ସ ଅଫିସରେ ଧମାଲ କରି ଚାଲିଥିବା ସାଉଥ ସୁପରଷ୍ଟାର ଯଶଙ୍କ ଫିଲ୍ମ KGF-2 ଏବେ OTTରେ ସିନେମା ପ୍ରେମୀଙ୍କ ମନ କିଣିବାକୁ ଯାଉଛନ୍ତି । ଏହା ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି । ୧୪ ଏପ୍ରିଲରେ ରିଲିଜ ହୋଇଥିବା ଏହି ଫିଲ୍ମ ବହୁତ ଜଲଦି ଆମାଜନରେ ରିଲିଜ ହେବ । ଏହାକୁ ହିନ୍ଦି, ତେଲୁଗୁ , ତାମିଲ, କନ୍ନଡ଼ ଏବଂ ମାଲାୟାଲମ ଭାଷାରେ ରିଲିଜ କରାଯିବ । ୨୭ ମେ’ ରେ ଏହି ଫିଲ୍ମ ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ ହେବ ।

ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ଥ ନିଲ କହିଛନ୍ତି ଯେ, ଏହି ଫିଲ୍ମ ପ୍ରତି ଦିନ ରେକଡର୍ ଭାଙ୍ଗୁଛି । KGF-2 ର ହିନ୍ଦି ଭର୍ସନ ପ୍ରଥମ ଦିନରେ ୬୪ କୋଟିର ବିଜନେସ କରିଥିଲା । କର୍ଣ୍ଣାଟକ ଭାଷାରେ ଏହା ୨୮ କୋଟିର ବିଜନେସ୍ କରିଥିଲା । ସେହିପରି ତେଲୁଗୁ ଭାଷାରେ ୩୦ କୋଟି ଏବଂ କେରଳ ଭାଷାରେ ୮ କୋଟି କରି ରେକର୍ଡ ଭାଙ୍ଗିଥିଲା । ଏବେ ପଯ୍ୟନ୍ତ ଏହି ଫିଲ୍ମ ୭ଶହ କୋଟିର ବିଜନେସ କରିସାରିଛି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, KGF ହେଉଛି ଏକ ସତ କାହାଣୀ ଉପରେ ଆଧାରିତ ଫିଲ୍ମ । ‘କର୍ଣ୍ଣାଟକ କୋଲାର ଗୋଲ୍ଡ ଫିଲ୍ଡସ୍’ (KGF) ହେଉଛି କର୍ଣ୍ଣାଟକ କୋଲାର ଜିଲ୍ଲାର ଏକ ଖଣି ଅଞ୍ଚଳ । ବ୍ରିଟିଶ ରାଜୁତି ସମୟରେ ସୁନା ଉତ୍ପାଦନ ପାଇଁ ଏହି ସ୍ଥାନ ଖୁବ୍ ଚର୍ଚ୍ଚାରେ ଥିଲା । ଏହାକୁ ନେଇ KGFର ପ୍ରଥମ ଭାଗ ଏବଂ ଦ୍ବିତୀୟ ଭାଗ ଫିଲ୍ମ ନିର୍ମାଣ ହୋଇଛି ।