କେରଳ ରାଜନୀତିରେ ନୂଆ ଚିତ୍ର, ଲଗାତର ଦ୍ୱିତୀୟ ପାଳିରେ ବିଜୟନ

1 min read

ଥିରୁଅନନ୍ତପୁରମ: କେରଳ ରାଜନୀତିରେ ନୂଆ ଚିତ୍ର। ଇତିହାସରେ ପିନାରାଇଙ୍କ ରେକର୍ଡ । ଏଥର ସମ୍ମାନର ଲଢେଇ ଲଢିଥିବା ସିପିଆଇଏମର ସମ୍ମାନ ରକ୍ଷା ଦିଗରେ ଆଗାଉଥିବା ନଜର ଆସିଛନ୍ତି ବିଜୟନ । ରାଜ୍ୟର ମୋଟ ୧୪୦ ଆସନରୁ ବାମଦଳ ନେତୃତ୍ବାଧୀନ ଏଲଡିଏଫ ସୁଦ୍ଧା ୯୦ରୁ ଅଧିକ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ୪୦ରୁ ଅଧିକରେ ଆଗୁଆ ଅଛି । କିନ୍ତୁ କେରଳରେ ବଡ଼ ବିଜୟ ଆଶା ରଖିଥିବା ବିଜେପି ମାତ୍ର ଗୋଟିଏ  ଆସନରେ ଆଗୁଆ ରହିଛି ।

ରାଜ୍ୟରେ ବାମଦଳ କ୍ଷମତାକୁ ଫେରିବ ବୋଲି ଏକଜିଟ ପୋଲରେ ମଧ୍ୟ ମତ ଆସିଥିଲା । କେରଳର ପରମ୍ପରା ଅନୁସାରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳୁଥିବା ବେଳେ ଏଥର କିନ୍ତୁ ସରକାର ବଦଳିବ ନାହିଁ ବୋଲି ଅନୁମାନ କରାଯାଉଛି । ପୁଣିଥରେ ପିନାରାୟୀ ବିଜୟନ ସରକାର ଗଢିଛନ୍ତି । କେରଳ ନିର୍ବାଚନରେ କେବେ ମଧ୍ୟ ଦ୍ୱିତୀୟ ଥର ପାଇଁ କେହି ଲଗାତର ସରକାର ଗଢିନଥିବା ବେଳେ ଚଳିତଥର କିନ୍ତୁ ଇତିହାସ ରଚିଛନ୍ତି ବିଜୟନ  । ୨୦୧୬ରେ ଶାସନରେ ଥିବା ତାଙ୍କ ଦଳ LDF ଏଥର ମଧ୍ୟ ପୁଣି ଥରେ ସରକାର ଗଢିବାକୁ ସମର୍ଥ ହୋଇଛି  ।

ସେପଟେ ପଶ୍ଟିମବଙ୍ଗ, ପୁଡୁଚେରୀରେ ନିଶ୍ଚିହ୍ନ ହୋଇ ପଡିଥିବା କଂଗ୍ରେସ କେରଳରେ ଇଜ୍ଜତ ରଖିଛି  । UDF ସହ ମେଣ୍ଟରେ ଥିବା କଂଗ୍ରେସ ୪୩ରୁ ଅଧିକ ଆସନରେ ସ୍ଥିତି ବଜାୟ ରଖିଛି  । କହିବାକୁ ଗଲେ ଯଦି ୫ ରାଜ୍ୟ ଭିତରେ କଂଗ୍ରେସ କେବଳ ଆସାମ ଏବଂ କେରଳରେ ଇଜ୍ଜତ ବଜାୟ ରଖିବାରେ ସଫଳ ହୋଇଛି  ।

Leave a Reply