ବିଶ୍ୱର ସବୁଠୁ ବୟସ୍କ ମହିଳାଙ୍କ ୧୨୮ ବର୍ଷ ବୟସରେ ପରଲୋକ

1 min read

କେପ ଟାଉନ୍: ବିଶ୍ୱର ସବୁଠୁ ଅଧିକ ବୟସ୍କ ମହିଳାଙ୍କ ପରଲୋକ ଘଟିଛି । ଦକ୍ଷିଣ ଆଫ୍ରିକାରେ ରହୁଥିବା ଜୋହାନା ମାଜିବୁକୋ ୧୨୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଜନ୍ମ ୧୮୯୪ ମସିହାରେ ରେ ହୋଇଥିଲା । ଚଳିତ ବର୍ଷ ମଇରେ ତାଙ୍କ ବୟସ ୧୨୯ ବର୍ଷ ହୋଇଥାନ୍ତା । ଜୋହାନାଙ୍କ ପରିବାର ଲୋକଙ୍କ ମୁତାବିକ, ତାଙ୍କର ମୃତ୍ୟୁ ୩ ମାର୍ଚ୍ଚରେ ହୋଇଯାଇଥିଲା । ୨୦୨୨ରେ ନ୍ୟୁଜ ୨୪ ସହ ସାକ୍ଷାତକାର ସମୟରେ ସେ କହିଥିଲେ ଯେ ମୁଁ ଏପର୍ଯ୍ୟନ୍ତ ସୁଦ୍ଧା କାହିଁକି ବଞ୍ଚିଛି, ମୋ ସାଥିମାନଙ୍କ ମୃତ୍ୟୁ ହୋଇ ସାରିଛି ।

ମୁଁ କେବେ ମରିବି? ଏପର୍ଯ୍ୟନ୍ତ ଜୀବିତ ରହିବାର ଅର୍ଥ କଣ ? ମୁଁ ଗୋଟିଏ ସ୍ଥାନରେ ବସି ବସି ଥକି ଯାଇଛି । ଜୋହାନାଙ୍କ ସମ୍ପର୍କୀୟ କହିଛନ୍ତି ଯେ ତାଙ୍କ ପାଖରେ ଜୋହାନାଙ୍କ ଆଇଡି ଅଛି ଏବଂ ଏହି ଆଧାରରେ ଗିନିଜ ବୁକ୍ ଅଫ ରେକର୍ଡସ ବୁକରେ ଜୋହାନାଙ୍କ ନାଁ ସାମିଲ ହେବା ଆବଶ୍ୟକ । ଯାହାଫଳରେ ତାଙ୍କୁ ସମ୍ମାନ ମିଳିପାରିବ । ଜୋହାନାଙ୍କର ୧୨ ଭାଇ-ଭଉଣୀ ଥିଲେ । ଏମାନଙ୍କ ମଧ୍ୟରୁ ଏବେ ୩ ଜଣ ଜୀବିତ ଅଛନ୍ତି ।

ତାଙ୍କ ବିବାହ ଷ୍ଟବାନା ମାଜିବୁକୋଙ୍କ ସହ ହୋଇଥିଲା । ଉଭୟଙ୍କର ୭ ପିଲା ଅଛନ୍ତି । ୫୦ ରୁ ଅଧିକ ନାତି, ନାତୁଣି ଏବଂ ଅଣନାତିନାତୁଣି ଅଛନ୍ତି । ଜୋହାନା କେବେ ବି ପାଠ ପଢ଼ିନାହାନ୍ତି । ୧୨୮ ବର୍ଷୀୟା ଜୋହାନା ମାଜିବୁକୋଙ୍କ ଜନ୍ମ ୧୮ତମ ଶତାବ୍ଦୀରେ ହୋଇଥିଲା । ସେ ୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ, ୧୯୩୯ରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ଦେଖିଥିଲେ । ସ୍ପାନିଶ ଫ୍ଲୁଠୁ ନେଇ କରୋନା ମହାମାରୀର ସମ୍ମାନ କରିଥିଲେ ।