ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲା: ଜଗିଙ୍କ ବାପାଙ୍କୁ ଓଟିଭି ଷ୍ଟୁଡିଓରେ ଜେରା

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ଜଗିଙ୍କ ବାପାଙ୍କୁ ଚାଲିଛି ପଚରାଉଚରା। ଜଗି ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂଙ୍କୁ ସାରୁଅ ଓଟିଭି ଷ୍ଟୁଡିଓରେ ପଚାରଉଚରା କରୁଛନ୍ତି ବାଘମାରୀ ଏସଡିପିଓ ସୁଶୀଲ ମିଶ୍ର। କାହିଁକି ଓ କେଉଁ ପରିସ୍ଥିତିରେ ଅନୁସୂଚିତଙ୍କ ଜମି କିଣା ଯାଇଥିଲା ସେନେଇ ତଥ୍ୟ ହାସଲ ପାଇଁ ଚାଲିଛି ଜେରା । ଜମି ଜମା ବିବାଦକୁ ନେଇ ଜଗି ମଙ୍ଗତ ପଣ୍ଡାଙ୍କ ବାପାଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇଛି । ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆକ୍ସନ୍ ମୋଡ୍‌ରେ ଜିଲ୍ଲା ପ୍ରଶାସନ ।

ସାରୁଅ ମହିଳା ବିକାଶ ସମିତି ନାଁରେ ବୁଲା ଯାଇଥିବା ପାଚେରୀକୁ ଭାଙ୍ଗିଛି ପ୍ରଶାସନ । ପାଚେରି ବୁଲାଇ ଚାଷ ଜମି ଓ ପୋଖରୀକୁ ଅବରୋଧ କରାଯାଇଥିଲା । ପାଚେରି ଭାଙ୍ଗି ଜଳ ଅବରୋଧ ହଟାଇବା ତଥା ଚାଷ ଜମିକୁ ରାସ୍ତା ଖୋଲିବାକୁ ଉଦ୍ୟମ କରାଯାଇଛି । ଚାଷ ଜମି ଓ ପୋଖରୀକୁ ବାଟ ନଛାଡିବାରୁ ସ୍ଥାନୀୟ ଲୋକେ ନାହିଁନଥିବା ସମସ୍ୟା ଭୋଗୁଥିଲେ । ଜମିକୁ ପାଣି ଯାଇପାରୁନଥିବାରୁ ଚାଷ ବାସ କରିପାରୁନଥିଲେ । ଫଳରେ ଜମି ପଡିଆ ପଡିଥିଲା । ଏନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି ।

Leave a Reply