ଗାଜାରେ ଭୁଶୁଡୁଛି ଆତଙ୍କବାଦୀ ସଂଗଠନ ହମାସର ଗଡ଼

1 min read

ଗାଜା: ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼। ଉତ୍ତର ଗାଜାରେ ହମାସର ଗାଜାରେ ଭୁଶୁଡୁଛି ଆତଙ୍କବାଦୀ ସଂଗଠନ ହମାସର ଗଡ଼ ଶିବିରକୁ ଛାରଖାର କରି ଦେଇଛି ଇସ୍ରାଏଲ ସେନା। ଇସ୍ରାଏଲ-ଗାଜା ଯୁଦ୍ଧକୁ ୩ ମାସ ପୁରିଛି। ଉତ୍ତର ଗାଜାରେ ଥିବା ହମାସର ଠିକଣାକୁ ପୁରା ନଷ୍ଟ କରି ଦେଇଥିବା ଦାବି କରିଛି ଇସ୍ରାଏଲ। ଉତ୍ତର ଗାଜାରେ ପାଖାପାଖି ୮ ହଜାର ଆତଙ୍କୀ ନିପାତ କରିଛି ଇସ୍ରାଏଲ ସେନା । ଏବେ ଦକ୍ଷିଣ ଏବଂ କେନ୍ଦ୍ରରେ ଥିବା ଆତଙ୍କୀକୁ ନାଶ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଇସ୍ରାଏଲ। ଉତ୍ତର ଗାଜା ଅଞ୍ଚଳରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏଠାରେ କିଛି ଆତଙ୍କୀ ବିନା କମାଣ୍ଡରଙ୍କ ନେତୃତ୍ବରେ ହିଂସାକାଣ୍ଡ ଘଟାଉଛନ୍ତି।

ସେପଟେ ଦକ୍ଷିଣ ଓ କେନ୍ଦ୍ରୀୟ ଗାଜାରେ ଜନବସତି ଏବଂ ଶରଣାର୍ଥୀ ଶିବିରରେ ଆତଙ୍କୀ ଲୁଚି ରହିଛନ୍ତି। ଦକ୍ଷିଣ ଗାଜାର ଖାନ ୟୁନିସ୍ ସହରରେ ଅଣ୍ଡରଗ୍ରାଉଣ୍ଡରେ ଆତଙ୍କୀର ବଡ଼ ନେଟୱର୍କ ଚାଲିଛି। ଏହାକୁ ନଷ୍ଟ କରିବାକୁ ଆକ୍ରମଣ ଅଲଗା ହେବ ବୋଲି କହିଛି ଇସ୍ରାଏଲ।

ଗତ ୭ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଇସ୍ରାଏଲର ଅପରେସନ। ହମାସ ଆତଙ୍କୀଙ୍କୁ ନିପାତ କରିବାକୁ ଗାଜା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ। ବର୍ତ୍ତମାନ ଯୁଦ୍ଧକୁ ୪ ମାସ ପୂରି ଥିବାବେଳେ ୨୨ ହଜାର ୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲରୁ ୨୪୦ ଜଣଙ୍କୁ ପଣବନ୍ଦୀ କରି ନେଇଥିଲେ ହମାସ ଆତଙ୍କୀ। ଏବେବି ହମାସ ଆତଙ୍କୀଙ୍କ ପାଖରେ ୧୩୨ ପଣବନ୍ଦୀ ଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର ଲାଗି ଏବେବି ଉଦ୍ୟମ ଜାରି ରହିଛି।

ସେପଟେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗାଜା-ଇସ୍ରାଏଲ ପ୍ରସଙ୍ଗ ନେଇ ତୁର୍କୀ ଏବଂ ଗ୍ରିସ୍ ପ୍ରତିନିଧିଙ୍କୁ ସାକ୍ଷାତ କରିଛନ୍ତି। ଇସ୍ରାଏଲ-ଗାଜା ଯୁଦ୍ଧ ଅନ୍ୟ ସୀମାନ୍ତ ଦେଶଗୁଡ଼ିକୁ ସମ୍ପ୍ରସାରଣ ହେଉଥିବା ପ୍ରସଙ୍ଗକୁ ନେଇ ଚାଲିଛି ଆଲୋଚନା। ୩ ମାସ ମଧ୍ୟରେ ବ୍ଲିଙ୍କେନଙ୍କ ଏହା ତୃତୀୟ ଗସ୍ତ। ଗାଜାର ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ମାନବୀୟ ସହାୟତା ଜାରି ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି ବ୍ଲିଙ୍କେନ୍। ଆଣ୍ଟୋନି ବ୍ଲିଙ୍କେନଙ୍କ ସାକ୍ଷାତ ପୁର୍ବରୁ ଇରାନ ସମର୍ଥିତ ହିଜବୁଲ୍ଲା ଆତଙ୍କୀ ଲେବାନନ ସୀମାରୁ ଇସ୍ରାଏଲ ଉପରେ ୧୦ରୁ ଅଧିକ ରକେଟ୍ ମାଡ଼ କରିଥିଲା ।