ମଧ୍ଯପ୍ରାଚ୍ଯରେ କୁହୁଳୁଛି ନିଆଁ, ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ପାକିସ୍ତାନ ଗସ୍ତ

1 min read

ଇସଲାମାବାଦ: ମଧ୍ୟପ୍ରାଚ୍ଯରେ ସଙ୍କଟ ବଳବତ୍ତର ରହିଥିବାବେଳେ ପାକିସ୍ତାନ ଗସ୍ତ କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି । ସେ ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସାମରିକ କର୍ତ୍ତୃପକ୍ଷଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଡାମାସ୍କସ ଦୂତାବାସ ହମଲାକୁ ନେଇ ଇସ୍ରାଏଲ ଉପରେ ଇରାନର ହମଲା ଓ ଜବାବରେ ଇରାନ ଉପରେ ଇସ୍ରାଏଲର ହମଲା ନେଇ ମଧ୍ଯପ୍ରାଚ୍ଯରେ ଉତ୍ତେଜନା ଜାରି ରହିଥିବାବେଳେ ରାଇସିଙ୍କ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି ।

ସୀମାରେ ଇରାନର ଏୟାରଷ୍ଟ୍ରାଇକର ଜବାବରେ ଇରାନର କେତେକ ଅଞ୍ଚଳରେ ପାକିସ୍ତାନର ପ୍ରିସିସନ ଏୟାର ଷ୍ଟ୍ରାଇକକୁ ନେଇ ଦୁଇଦେଶ ମଧ୍ଯରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ସେହି ସଙ୍କଟକୁ ହଟାଇ ଦୁଇ ଦେଶ ମଧ୍ଯରେ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ରାଇସିଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି କୁହାଯାଉଛି ।

ବାଲୁଚିସ୍ଥାନରେ ଅବସ୍ଥିତ ସୁନ୍ନି ବାଲୁଚ ଆତଙ୍କୀ ଗୋଷ୍ଠୀର ଜୈସ ଅଲ ଆଦଲର କେତେକ ସ୍ଥଳୀ ଉପରେ ଡ୍ରୋନ ଓ ମିସାଇଲରେ ଆକ୍ରମଣ କରିଥିଲା ପାକିସ୍ତାନ । ସେପଟେ ଇସ୍ରାଏଲକୁ ଅଧିକ ଅସ୍ତ୍ରଶସ୍ତ୍ର ଦେବା ଲାଗି ପ୍ରସ୍ତାବ ଆମେରିକାରେ ମଞ୍ଜୁରୀ ମଳିଛି । ଏହାକୁ ନେଇ ଇସ୍ରାଏଲ-ଇରାନ ମଧ୍ୟରେ ମୁହାଁମୁହିଁ ସ୍ଥିତି ସାମାନ୍ଯ ଦୂର ହୋଇଥିବା ସୂଚନା ମିଳିଛି । ୧୩ ବିଲିୟନ ଡଲାରର ସାମରିକ ସହାୟତାରେ ରହିଛି ଆଇରନ ଡ୍ରୋନ ଏୟାର ଡିଫେନସ ସିଷ୍ଟମ ଅନ୍ଯାନ୍ୟ ଯୁଦ୍ଧାସ୍ତ୍ର । ଆମେରିକାର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ ।

ତେଣେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଧୀନରେ ଥିବା ନେତଜା ୟେହୁଦା ବାଟାଲିଅନ ଉପରେ ଆମେରିକା ଖୁବ ଶୀଘ୍ର କଟକଣା ଲଗାଇବ ବୋଲି ସୂଚନା ମିଳିଛି। ୱେଷ୍ଟବ୍ଯାଙ୍କ ଓ ଗାଜାରେ ଏହି ବାହିନୀ ମାନବାଧିକାର ଉଲ୍ଲଂଘନ କରିଥିବାର ବହୁ ପ୍ରମାଣ ମିଳିଛି।