ପ୍ରଥମ ବିଜୟ ଆସାରେ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

ନୂଆଦିଲ୍ଲୀ: ଖାତା ଖୋଲିବ କି ମୁମ୍ବାଇ । ଆଜି ଆଇପିଏଲରେ ରହିଛି ଗୋଟିଏ ମ୍ୟାଚ୍ । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ । ଚଳିତ ସିଜିନରେ ୭ଟି ମ୍ୟାଚ ଖେଳି ସବୁଥିରେ ପରାଜିତ ହୋଇଛି ମୁମ୍ବାଇ । ସେପଟେ ୭ଟି ମ୍ୟାଚରୁ ୪ଟି ଜିତି ଏବେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ଲକ୍ଷ୍ନୌ । ମ୍ୟାଚ ଜିତି ପ୍ରଥମ ବିଜୟର ସ୍ବାଦ ଚାଖିବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ ।

IPL 2020 Final MI Vs DC Suryakumar Sacrifices His Wicket For Rohit

ସେପଟେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ । ଅନ୍ୟପଟେ ଗତକାଲି ମ୍ୟାଚରେ ଆରସିବି ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ହୋଇଛି ସହଜ ବିଜୟ । ୯ ଓ୍ବିକେଟରେ ମ୍ୟାଚ ଜିତି ବାଙ୍ଗାଲୋରକୁ ମାତ୍ ଦେଇଛି ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦକୁ ୬୯ରନର ଟାର୍ଗେଟ ଦେଇଥିଲା ଆରସିବି । ୧୬ ଓଭରରେ ମାତ୍ର ୬୮ ରନରେ ଦଳ ଅଲଆଉଟ୍ ହୋଇଯାଇଥିଲା ।

ସୁୟସ ପ୍ରଭୁଦେଶାଇ ୧୫ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୧୨ ରନ ରନ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ । ପରେ ୬୯ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ । ଅଭିଷେକ ଶର୍ମା ୨୮ବଲରେ ୪୭ ରନ କରି ଆଉଟ୍ ହୋଇଥିଲେ । ଅଧିନାୟକ କେନ ଓ୍ଵିଲିୟମସନ ୧୬ ଏବଂ ରାହୁଲ ତ୍ରିପାଠୀ ୭ ରନରେ ଅପରାଜିତ ରହିଥିଲେ । ଏଥିସହିତ କ୍ରମାଗତ ପଞ୍ଚମ ବିଜୟ ହାସଲ କରି ଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି ହାଇଦ୍ରାବାଦ ।