CSKରେ ହସିଙ୍କ ଯୁଗର ଅବସାନ, ୧୫ ବର୍ଷ ପରେ ଦଳ କଲା ଅଲଗା
ନନ୍ଦିଘୋଷ ବ୍ୟୁରୋ: IPLରେ ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ନିଜ ସପୋର୍ଟ ଷ୍ଟାଫରେ ବଡ଼ ଧରଣର ପରିବର୍ତ୍ତନ କରିଛି । ରିପୋର୍ଟ ଅନୁସାରେ ଫ୍ରାଚାଇଜ୍ ମହାନ ବ୍ୟାଟର ତଥା ସିଏସକେ କୋଚ୍ ମାଇକେଲ ହସିଙ୍କୁ ଟିମରୁ ଅଲଗା କରିଛି । ଏହାସହ ମିଷ୍ଟର କ୍ରିକେଟ ନାଁରେ ପରିଚିତ ଅଷ୍ଟ୍ରେଲିଆର ଏହି ମହାନ ଖେଳାଳିଙ୍କର ସିଏସକେ ସହ ବ୍ୟାଟର ଓ କୋଚ ଭାବେ ୧୫ ବର୍ଷ ସମ୍ପର୍କରେ ପୂର୍ଣ୍ଣେଚ୍ଛେଦ ପଡ଼ିଛି ।
ଅନ୍ୟ ଫ୍ରାଞ୍ଚାଇଜଙ୍କ ସମ୍ପର୍କରେ ହସି
ସିଏସକେ ମ୍ୟାନେଜମେଣ୍ଟ ଏନେଇ ହସିଙ୍କୁ ନିଜର ନିଷ୍ପତ୍ତି ଜଣାଇ ଦେଇଛି । ସୂଚନାଯୋଗ୍ୟ, ହସି ୨୦୧୮ରୁ ସିଏସକେର ବ୍ୟାଟର କୋଚ୍ ଭାବେ କାମ କରି ଆସୁଥିଲେ । ସେ ଫ୍ଲେମିଂଙ୍କ ସହ ମିଶି ଟିମକୁ ଏକାଧିକ ଟ୍ରଫି ଜିତାଇବାରେ ମୁଖ୍ୟ ଭୂମିକା ନିଭାଇଥିଲେ । ହସି ଆଇପିଏଲର ଅନ୍ୟ ଫ୍ରାଞ୍ଚାଇଜଙ୍କ ସମ୍ପର୍କରେ ରହିଛନ୍ତି । ୨୦୨୭ ଆଇପିଏଲରେ ତାଙ୍କୁ ଅନ୍ୟ କୌଣସି ଟିର କୋଚିଂ ଷ୍ଟାଫ୍ ବନିପାରନ୍ତି । ତେବେ ଏନେଇ କୌଣସି ଅଧିକାରିକ ସୂଚନା ମିଳିନାହିଁ ।
CSKର ନୂଆ ବ୍ୟାଟିଂ କୋଚ୍ କିଏ ?
ହସିଙ୍କ ପରେ କିଏ ହେବ ସିଏସକେର ପରବର୍ତ୍ତୀ ବ୍ୟାଟିଂ କୋଚ୍ ତାହା ଘୋଷଣା କରାଯାଇନାହିଁ । ପୂର୍ବରୁ କୋଚିଂ ଷ୍ଟାଫରେ ବଡ଼ ଧରଣର ପରିବର୍ତ୍ତନ କରାଯାଇ ସରିଛି । ଏଥିରେ ମୁଖ୍ୟ କୋଚ ଭାବେ ଥିବା ଷ୍ଟିଫେନ ଫ୍ଲେମିଂଙ୍କ ସ୍ଥାନରେ ଜାହିର ଖାନଙ୍କୁ ନୂଆ ମୁଖ୍ୟ କୋଚ୍ କରାଯାଇଛି । ସେହିପରି ପୂର୍ବତନ ଫାଷ୍ଟ ବୋଲର ମୋହିତ ଶର୍ମାଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି ।
CSK ପାଇଁ କରିଛନ୍ତି ୧୭୬୮ ରନ୍
ବ୍ୟାଟିଂ କୋଚ୍ ହେବା ପୂର୍ବରୁ ହସି ସିଏସକେର ବ୍ୟାଟିଂ ଲାଇନ ଅଫର ମେରୁଦଣ୍ଡ ଥିଲେ । ଆଇପିଏଲର ପ୍ରଥମ ସିଜନରୁ ସେ ସିଏସକେ ସହ ଜୋଡି ହୋଇଥିଲେ । ୨୦୦୯କୁ ଛାଡି ୨୦୧୫ ପର୍ଯ୍ୟନ୍ତ ଟିମ ପାଇଁ ଖେଳିଥିଲେ । ୨୦୧୪ରେ ମୁମ୍ବାଇ ଇଣ୍ଡିଆନ୍ସରୁ ଖେଳିବା ପରେ ୨୦୧୫ରେ ପୁଣି ଥରେ ସିଏସକେକୁ ଫେରିଥିଲେ । ବ୍ୟାଟର ଭାବେ ସେ ଚେନ୍ନାଇ ପାଇଁ ୫୦ ମ୍ୟାଚ୍ ଖେଳି ୪୨.୧୦ ପ୍ରତିଶତ ହାର ଓ ୧୨୩.୬୪ ଷ୍ଟ୍ରାଇକ ରେଟରେ ମୋଟ ୧୭୬୮ ରନ୍ କରିଛନ୍ତି ।

