କାମ ଦେଲାନି ସାମସନଙ୍କ ଶତକ, ଶେଷ ଓଭରେ ପଲଟିଗଲା ମ୍ୟାଚ୍

1 min read

ମୁମ୍ବାଇ: ଗତକାଲି ଆଇପିଏଲ୍ ରେ ଦେଖିବାକୁ ମିଳିଥିଲା ଏକ ରୋମାଞ୍ଚ ଭାରା ମ୍ୟାଚ୍ । ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଇଲେଭେଲ ପଞ୍ଜାବ ଭିତରେ ଦେଖିବାକୁ ମିଳିଥିଲା ଘମାଘୋଟ ଲଢ଼େଇ। ରାଜସ୍ତାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍ ଗତକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକ ମାରି ବି ହାତେଇ ପାରିଲେନି ବିଜୟର ଟାଇଟଲ୍ । ମାତ୍ର ୫ ରନ ପାଇଁ ପଞ୍ଜାବ କିଙ୍ଗସରୁ ହାରିଲା ରାଜସ୍ଥାନ ରୟାଲ୍ସ।

ରାଜସ୍ଥାନ ରୟାଲ୍ସ ପ୍ରଥମେ ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଲୋକେଶ ରାହୁଲ ଏବଂ ଦୀପକ ହୁଡାଙ୍କ ଚମତ୍କାର ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ପଞ୍ଜାବ ୨୨୧ ରନ କରିଥିଲା। ପଞ୍ଜାବ ପକ୍ଷରୁ ଲୋକେଶ ରାହୁଲ ଚମତ୍କାର ଇନିଂସ ଖେଳି ୫୦ ବଲରେ ୯୧ ରନ କରିଥିଲେ । ଯେଉଁଥିରେ ରହିଥିଲା ୭ଟି ଚଉକା ଓ ୫ଟି ଛକା ରହିଥିଲା । ଏଥିସହ ଦୀପକ ହୁଡା ମଧ୍ୟ ଜବରଦସ୍ତଖେଳି ୨୮ ବଲରେ ୬୪ ରନ କରିପାରିଥିଲେ। ଆଉ ରାଜସ୍ଥାନ ରୟାଲ୍ସକୁ ଦେଇଥିଲେ ବିଜୟର ଲକ୍ଷ।

ତେବେ ଏହାର ଜବାବରେ ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ ସଞ୍ଜୁ ସାମସନ ଧୂଆଁଦାର ବ୍ୟାଟିଂ କରି୍ ୧୨ଟି ଚଉକା ଓ ୭ଟି ଛକା ସହ୬୩ ବଲରେ ୧୧୯ ରନ କରିଥିଲେ ।  ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକ ମାରିବି ଦଳ ୨୧୭ ରନ ହିଁ କରିପାରିଲେ। ତେବେ ସାମସନଙ୍କ ବ୍ୟତୀତ ଦଳର ଆଉ କେହି ଖେଳାଳୀ ୩୦ ବି ଟପି ପାରି ନଥିଲେ । ଏପରିକି ବଟଲର ବି ମାତ୍ର ୨୫ ରନ ହିଁ କରିପାରିଥିଲେ। ଓପନର ବେନ୍ ଷ୍ଟୋକ୍ସ ପ୍ରଥମ ଓଭରରେ ହିଁ  କିଛି ରନ ନକରି ୱିକେଟ ହରାଇଥିଲେ।

ତେବେ ଗତକାଲି ଶେଷ ପର୍ଯ୍ୟନ୍ତୁ କ୍ୟାପ୍ଟେନ ସଞ୍ଜୁ ସାମସନ କ୍ରିସରେ ଥାଇ ବି ମ୍ୟାଚକୁ ଜିତାଇ ପାରିନଥିଲେ । ୧୯ ଓଭର ପର୍ଯ୍ୟନ୍ତ ରାଜସ୍ଥାନ ଜିତିବ ବୋଲି କୁହାଯାଉଥିଲା । ହେଲେ ଶେଷ ଓଭରରେ ହିଁ ମ୍ୟାଚ୍ ପୂରା ଓଲଟି ଯାଇଥିଲା।ପଞ୍ଜାବ ପକ୍ଷରୁ ଅର୍ଶଦୀପ ଥିଲେ ସବୁଠୁ ସଫଳ ବୋଲର୍ । ଯିଏକି ମାତ୍ର ୩୫ ରନ ଦେଇ  ୩ଟି ୱିକେଟ୍ ନେଇବାରେ ସଫଳ ହୋଇପାରିଥିଲେ। ମହମ୍ମଦ ଶାମି ବି ୨ଟି ୱିକେଟ୍ ନେଇଥିଲେ।ତେବେ ଆଜି ବି ରହିଛି ଏକ ଜବରଦସ୍ତ ମ୍ୟାଚ। ଆଜି ମୁହାଁମୁହିଁ ହେବ ପୂର୍ବ-ପଶ୍ଚିମ। ଆଜି ମଇଦାନକୁ ଓହ୍ଲାଇବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ୍ ।

Leave a Reply