IPL 2021: ଆଜି ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲା

IPL 2021 CSK VS MI Match Today Dubai

ଆବୁଧାବି: ଆଇପିଏଲ୍ ୨୦୨୧ର ବଳକା ମ୍ୟାଚ ଆଜି ଠାରୁ ୟୁଏଇରେ ଖେଳାଯିବ । ଆଜି ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବ । ଏମଏସ୍ ଧୋନି ସିଏସକେର ଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଅଛନ୍ତି ରୋହିତ ଶର୍ମା ।

ପ୍ରଥମ ପର୍ଯ୍ୟାୟ ମ୍ୟାଚରେ ମୁମ୍ବାଇ ଠାରୁ ଚେନ୍ନାଇ ୪ ରନରେ ହାରିଥିଲା । ଏବେର ମ୍ୟାଚରେ ଚେନ୍ନାଇ ବଦଲା ନେବାକୁ ଚାହିଁବ । ମୁମ୍ବାଇ ଏବେ ସୁଦ୍ଧା ୫ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଥିବା ବେଳେ ଚେନ୍ନାଇ ୩ ଥର ଜିତିଛି ଆଇପିଏଲ୍ ଟ୍ରଫି ।

ୟୁଏଇରେ ଆଇପିଏଲ୍ ୨୦୨୧ର ସମସ୍ତ ମ୍ୟାଚ୍ ଶାରଜାହ, ଆବୁଧାବି ଓ ଦୁବାଇରେ ହେବ । ଏହା ପୂର୍ବରୁ ଆଇପିଏଲ୍ ୨୦୨୦ ସିଜିନର ସମସ୍ତ ମ୍ୟାଚ୍ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ ହୋଇଥିଲା । ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ୩୧ଟି ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ ।

Leave a Reply