କ୍ୟାପ୍ଟେନ୍ କୁଲଙ୍କ ନାଁରେ ଯୋଡ଼ା ହେଲା ନୂଆ ରେକର୍ଡ଼

1 min read

ମୁମ୍ବାଇ: ଶୁକ୍ରବାର ମଇଦାନକୁ ଓହ୍ଲାଇଥିଲେ ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ । ଯେଉଁଥିରେ ବାଜି ମାରିନେଇଛି ଧୋନି ବାହିନୀ। ଆଇପିଏଲର ଅଷ୍ଟମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟରେ ହରାଇଛି ଚେନ୍ନାଇ ସୁପର କିଙ୍ଗ୍ସ। ତେବେ ଆଇପିଏଲ ୨୦୨୧ର ପ୍ରଥମ ବିଜୟ ସହ ଶୁକ୍ରବାର ଧୋନି ଆଉ ଏକ ଉପଲବ୍ଧି ନିଜ ନାଁରେ କରିଛନ୍ତି। ଶୁକ୍ରବାର ମୁମ୍ବାଇର ୱାଙ୍ଖେଡ଼େ ମଇଦାନରେ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ପୂର୍ବରୁ ଦେଶ ପାଇଁ ଓ ନିଜ ପାଇଁ ବ୍ୟକ୍ତିଗତ ରେକର୍ଡ କରିଥିବା ଧୋନି ଶୁକ୍ରବାର ଚେନ୍ନାଇ ପାଇଁ ୨୦୦ତମ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

କ୍ୟାପ୍ଟେନ କୁଲ୍ ଧୋନି ୨୦୦୮ ପ୍ରଥମ ଆଇପିଏଲରୁ ହିଁ ଚେନ୍ନାଇ ସହ ରହିଛନ୍ତି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ୨୦୧୦, ୨୦୧୧, ୨୦୧୮ରେ ୩ଥର ଆଇପିଏଲ ଜିତିଛି। ତେବେ ସିଏସ୍‌କେ ପକ୍ଷରୁ ୨୦୦ ମ୍ୟାଚ୍‌ ଖେଳିବାରେ ଧୋନି ହେଉଛନ୍ତି ପ୍ରଥମ ଖେଳାଳି।

ଏହି ୨୦୦ ମ୍ୟାଚ୍‌ ମଧ୍ୟରେ ଧୋନି ଚେନ୍ନାଇ ପାଇଁ ୨୪ଟି ଚାମ୍ପିୟନ୍ସ ଲିଗ୍‌ ଟି-୨୦ ମ୍ୟାଚ୍ ମଧ୍ୟ‌ ଖେଳିଛନ୍ତି। ସେ ୨୦୧୦ ଓ ୨୦୧୪ରେ ଚେନ୍ନାଇ ପାଇଁ ଚାମ୍ପିୟନ୍ସ ଲିଗ୍‌ ଟି-୨୦ ଟ୍ରଫି ମଧ୍ୟ ଜିତିଛନ୍ତି। ତେବେ ପୂର୍ବରୁ ଧୋନି ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ଼ ମଧ୍ୟ ନିଜ ନାଁରେ କରିସାରିଛନ୍ତି।

Leave a Reply