ଆଇପିଏଲ୍ 2020 କୋଲକତାର ଅଧିନାୟକ ପଦ ଛାଡିବେ କାର୍ତ୍ତିକ, ମୋର୍ଗାନଙ୍କୁ ଦେଲେ ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)କୁ ୨ ଥର ଜିତିଥିବା ଦଳ ହେଉଛି କୋଲକତା ନାଇଟ ରାଇଡର୍ସ । ଏହି ୨ଟି ସଫଳତା ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ହିଁ ସମ୍ଭବ ହୋଇଥିଲା । ଗମ୍ଭୀରଙ୍କ ବିଦାୟ ପରେ କୋଲକତା ନାଇଟ ରାଇଡର୍ସରେ ନେତୃତ୍ୱ ସଙ୍କଟ ରହୁଥିବା ଲକ୍ଷ୍ୟ କରାଯାଇଥିଲା । ସେହିପରି ଚଳିତ ସିଜିନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଦଳର ନେତୃତ୍ୱ ନେଉଛନ୍ତି । ହେଲେ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ସ୍ଥିରତା ରହୁନାହିଁ ।

ତେଣୁ ନିଜ ବ୍ୟାଟିଂ ଉପରେ ଅଧିକ ଫୋକସ କରିବା ପାଇଁ ଚାହିଁଛନ୍ତି କାର୍ତ୍ତିକ । ତେଣୁ କରି କୋଲକତା ନାଇଟ ରାଇଡର୍ସ ପରିଚାଳନା କମିଟିକୁ ଅଧିନାୟକତ୍ୱ ଛାଡିବା ପାଇଁ ଅନୁରୋଧ କରିଛନ୍ତି କାର୍ତ୍ତିକ । ସେହିପରି ଗତବର୍ଷ ଇଂଲଣ୍ଡକୁ ପ୍ରଥମଥର ପାଇଁ ବିଶ୍ୱ ବିଜେତା କରିଥିବା ଇଆନ ମୋର୍ଗାନଙ୍କୁ କେକେଆର ଅଧିନାୟକ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ।

କେକେଆ ସିଇଓ ଭେଙ୍କି ମିଶୋର କୁହନ୍ତି ଯେ, ଦୀନେଶଙ୍କ ଏହି ନିଷ୍ପତ୍ତି ଆମ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ହେଲେ ଆମ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ । ସେହିପରି ଏହା ମଧ୍ୟ ଏକ ଖୁସି ବିଷୟ ଯେ ବିଶ୍ୱବିଜେତା କ୍ୟାପଟେନ ଇଆନ ମୋର୍ଗାନ କେକେଆରର ନେତୃତ୍ୱ ନେବେ । ଯାହା ଦଳକୁ ଆହୁରି ମଜଭୁତ ହେବ ।

ଶୁକ୍ରବାରର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ କେକେଆର ଭେଟିବାକୁ ଯାଉଛି । ଶୁବମନ ଗିଲଙ୍କୁ ବାଦ୍ ଦେଲେ ଇଆନ ମୋର୍ଗାନ ହିଁ ଚଳିତ ସିଜିନରେ କେକେଆର ପକ୍ଷରୁ ଅଧିକ ରନ ସଂଗ୍ରହ କରିଛନ୍ତି । ସେହିପରି କେକେଆର ମ୍ୟାନେଜମେଣ୍ଟ ଏବଂ ଇଆନ ଦୀର୍ଘ ୨.୫ ବର୍ଷର ଅଧିନାୟକତ୍ୱ ପାଇଁ ଦୀନେଶଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

 

Leave a Reply