ପାର୍ବଣ ଋତୁରେ ସାରା ଦେଶରେ ଗଡ଼ିବ ୧୯୬ ଯୋଡା ଟ୍ରେନ…

ନୂଆଦିଲ୍ଲୀ: ଆସନ୍ତା ପାର୍ବଣକୁ ନଜରରେ ରଖି ରେଳ ମନ୍ତ୍ରାଳୟ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରିଛି । ୧୯୬ ଯୋଡା ଟ୍ରେନ ସେବା ଆରମ୍ଭ ହେବା ନେଇ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ଟ୍ରେନ ସେବା ଆସନ୍ତା ଅକ୍ଟୋବର ୨୦ ଆରମ୍ଭ ହୋଇ ନଭେମ୍ୱର ୩୦ ପର୍ଯ୍ୟନ୍ତ ଚାଲିବ । ତେବେ ପାର୍ବଣ ସମୟରେ ରେଳଯାତ୍ରା କଲେ ଅତିରିକ୍ତ ଅର୍ଥ ଖର୍ଚ୍ଚ କରିବାକୁ ପଡିବ  ।

ଉଲ୍ଲେଖଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣ ପରେ ଏଯାବତ୍ ଏତେ ମାତ୍ରାରେ ରେଳ ଚଳାଚଳ ହୋଇନଥିଲା । ତେବେ ଅଧିକାଂଶ ଟ୍ରେନ ସପ୍ତାହକ ୭ ଦିନ ଚାଲୁଥିବା ବେଳେ କିଛି ଟ୍ରେନ ସପ୍ତାହକୁ ୨ ଥର କିମ୍ୱା ୪ ଥର ଚାଲିବା ନେଇ ସୂଚନା ରହିଛି । ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ରେନ ଓ ଗନ୍ତବ୍ୟସ୍ଥଳୀ ସମ୍ୱନ୍ଧୀତ ସୂଚନା ରହିଛି । କେଉଁ ଟ୍ରେନ କେତେବେଳେ ଯାତ୍ରା କରିବ ଓ କେବେଠାରୁ ଟିକେଟ୍ ସଂରକ୍ଷଣ ହେବ ସେନେଇ କୌଣସି ସୂଚନା ନାହିଁ ।

Leave a Reply