IPLରେ ପୁଣି ଏଣ୍ଟ୍ରି କଲେ ମାଲିଙ୍ଗା, ଏବେ ଏହି ଦଳରେ ହୋଇଛନ୍ତି ସାମିଲ

1 min read

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ ଆଇପିଏଲ’ର ୧୫ତମ ସିଜନରେ ଶ୍ରୀଲଙ୍କାର ଶକ୍ତିଶାଳି ବୋଲର ଲସିଥ୍ ମାଲିଙ୍ଗାକୁ କୋଚ୍ ଭାବେ ନିଯୁକ୍ତ କରିଛି । ମାଲିଙ୍ଗା ପ୍ରଥମଥର ପାଇଁ ଏହି ଲିଗରେ କୋଚ ଭାବେ ନଜର ଆସିବେ । ଏହାପୂର୍ବରୁ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ୩୮ ବର୍ଷିୟ ମାଲିଙ୍ଗା ଶ୍ରୀଲଙ୍କା ଟିମର ବୋଲର କୋଚ ଭାବେ କାର୍ଯ୍ୟ କରୁଛନ୍ତି ।

ରାଜସ୍ଥାନ ରୟାଲ, ଟ୍ୱିଟରରେ ଏନେଇ ସ୍ପଷ୍ଟ ସୂଚନା ଦେଇଛି । ୨୦୦୮ ସିଜିନ ପରେ ଟିମ୍ କୌଣସି ବି ଲିଗ୍ ଜିତିବାରେ ସଫଳ ହୋଇନାହିଁ ଏମିତି କି ଟିମ୍ ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଯାଇପାରି ନାହିଁ । ରାଜସ୍ଥାନ ରୟାଲ ୨୦୨୧ ସିଜିନରେ ୫ଟି ମ୍ୟାଚ ଜିତିବା ସହ ୯ଟି ମ୍ୟାଚରେ ପରାଜୟ ସ୍ୱାଦ ଚାଖିଥିଲା । ରାଜସ୍ଥାନ ରୟାଲ ମାଲିଙ୍ଗାଙ୍କୁ ନିଜ ଦଳକୁ ସ୍ୱାଗତ କରିଛି ।

ଏହି ବୋଲର ପ୍ରଥମ ସିଜିନରୁ ମୁମ୍ବାଇ ଇଣ୍ଡିଆନ ସହ ଥିଲେ  । ସେ ତାଙ୍କ ଶେଷ ମ୍ୟାଚ୍  ୨୦୧୯ରେ ଚେନ୍ନାଇ ବିପକ୍ଷରେ ଖେଳିଥିଲେ  । ଏହି ମ୍ୟାଚ୍ ରେ ମଧ୍ୟ ମାଲିଙ୍ଗା ତାଙ୍କ ବୋଲିଂର ଯାଦୁରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଜିତାଇବାରେ ସଫଳ ହୋଇଥିଲେ ।