ଜାମ୍ମୁ-କାଶ୍ମୀର ସୀମାରେ ଭାରତୀୟ ସୈନ୍ୟଙ୍କ ଉଦାରତା, ପାକିସ୍ତାନୀ ମେଜରଙ୍କ ସମାଧିକୁ ଦେଲେ ସମ୍ମାନ

1 min read
pakistani major

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରରେ ଭାରତୀୟ ସୈନ୍ୟଙ୍କ ଉଦାରତା । ପାକିସ୍ତାନୀ ମେଜରଙ୍କ ସମାଧିକୁ ଦେଲେ ସମ୍ମାନ । ଗୁରୁବାର ଜାମ୍ମୁ-କାଶ୍ମୀରର ନୌଗାମ ସେକ୍ଟରରେ ଭାଙ୍ଗିରୁଜି ପଡ଼ିଥିବା ଜଣେ ପାକିସ୍ତାନୀୟ ସେନା ଅଧିକାରୀଙ୍କ ସମାଧିକୁ ଭାରତୀୟ ସେନା ପକ୍ଷରୁ ମରାମତି କରାଯାଇଛି । ତେବେ ସେହି ପାକିସ୍ତାନୀ ମେଜର ହେଉଛନ୍ତି ସିତାର-ଏ-ଜୁର୍ରତ ମେଜର ମୋହମ୍ମଦ ଶବିର ଖାନ୍‌ । ସେ ୫ ମେ’ ୧୯୭୨ରେ ଭାରତୀୟ ସୈନ୍ୟଙ୍କ ଦ୍ୱାରା ନିହତ ହୋଇଥିଲେ ।

୧୯୭୨ରୁ ଆଜି ସୁଦ୍ଧା ଦୀର୍ଘ ୪୮ ବର୍ଷ ବିତିଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ନିଜର ସୈନ୍ୟଙ୍କ ମୃତଦେହ ନେବା ପାଇଁ ଚେଷ୍ଟା କରାଯାଇ ନାହିଁ । କିନ୍ତୁ ଭାରତୀୟ ସେନା ପକ୍ଷରୁ ପାକିସ୍ତାନୀ ମେଜରଙ୍କ ସମାଧିକୁ ସମ୍ମାନ ଦିଆଯାଉଛି ।

ତେବେ ସୈନ୍ୟ ଯେଉଁ ଦେଶର ହେଲେ ମଧ୍ୟ, ସେ ମୃତ୍ୟୁ ପରେ ସମ୍ମାନ ଓ ସହାନୁଭୂତିର ପାତ୍ର । ଏଭଳି ବିଶ୍ୱାସ ଭାରତୀୟ ସେନାର ରହିଛି । ଏହି ସେନ୍ଦେଶ ଭାରତୀୟ ସେନା ପକ୍ଷରୁ ସାରା ବିଶ୍ୱକୁ ଦିଆଯାଉଛି । ସୈନ୍ୟଙ୍କ ସମ୍ମାନ ଦେବା ହେଉଛି ଭାରତୀୟ ସେନାର ପରମ୍ପରା ।

ଶ୍ରୀନଗରର ଚିନାର କର୍ପସ୍‌ ପକ୍ଷରୁ ଉକ୍ତ ସମାଧିର ଏକ ଫଟୋ ସେୟାର କରାଯାଇଛି । ସେଥିରେ ଲେଖା ଅଛି, ସିତାର-ଏ-ଜୁର୍ରତ ମେଜର ମୋହମ୍ମଦ ଶବିର ଖାନ୍‌ଙ୍କୁ ମନେ ପକାଯାଇଛି । ଯାହାଙ୍କର ନିଧନ ୫ ମେ’ ୧୯୭୨ରେ ନିୟନ୍ତ୍ରଣ ରେଖାରେ ହୋଇଥିଲା ।

Leave a Reply