ଲାଞ୍ଚ ଦେବାରେ ଏସିଆରେ ଏକ ନମ୍ବର କିଏ?

India Records Highest Rate Of Bribery In Asia

ସରକାରୀ କାମ ପାଇଁ ଲାଞ୍ଚକୁ ଏସିଆ ମହାଦେଶର ରୋଗ ବୋଲି କୁହାଯାଏ । ୟୁରୋପ ଓ ଆମେରିକାରେ ଏହା ଅଛି କିନ୍ତୁ ମାତ୍ରା ସେତିକି ଅଧିକ ନୁହେଁ ଯେତିକି ଏସିଆରେ । ଏଥିପାଇଁ ଏସିଆର ଇତିହାସ ମଧ୍ୟ କିଛି ଦାୟୀ । ଭାରତ କଥା ନିଅନ୍ତୁ, ଇତିହାସରେ ଆପଣ ପଢ଼ିଥିବେ ରାଜାଙ୍କ ପାଖକୁ ଯିବାବେଳେ କିଛି ଉପହାର ନେବାକୁ ପଡୁଥିଲା । ରାଜାଙ୍କ ପଦାଙ୍କ ଅନୁସରଣ କରି ମନ୍ତ୍ରୀ,କଟୁଆଳ ନେଲେ । ଆଉ ଏହା ଏକରକମ ସିଷ୍ଟମ ହୋଇଗଲା । ଭାରତରେ ଯଦି ସରକାରୀ ଅଫିସରେ ଲାଞ୍ଚ କାରବାର ଚାଲୁଛି ତେବେ ଏସିଆର ବାକି ଦେଶରେ ମଧ୍ୟ ଧଡାଲରେ ଚାଲିଛି । ତେବେ ପ୍ରଶ୍ନ ହେଲା ସରକାରୀ ବାବୁଙ୍କ ଲାଂଚ ଖିଆ ମାମଲାରେ ଏସିଆରେ କେଉଁ ଦେଶ ନମ୍ବର ୱାନ୍ ?
ଆପଣ ଯାହା ଅନୁମାନ କରୁଛନ୍ତି ତାହା ହିଁ ସତ… କିନ୍ତୁ ଏଥିପାଇଁ ଆପଣଙ୍କୁ କୌଣସି ପୁରସ୍କାର ମିଳିବ ନାହିଁ । ଦୁର୍ନୀତି ଭ୍ରଷ୍ଟାଚାର ଉପରେ ନଜର ରଖୁଥିବା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ନୂଆ ରିପୋର୍ଟ ଜାରି କରିଛି । ଏସିଆରେ କେଉଁ ଦେଶର ସରକାରୀ ବାବୁ ଅଧିକ ଖାଉଆ ସେ କଥା ଏହି ରିପୋର୍ଟ କହୁଛି । ରିପୋର୍ଟ ଅନୁସାରେ ଏହି ମାମଲାର ଭାରତୀୟ ବାବୁ ମାନେ ଆଗରେ ଅଛନ୍ତି ।

India Records Highest Rate Of Bribery In Asia
ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ସରକାରୀ ଅଧିକାରୀ ମାନେ ଅଧିକ ଲାଞ୍ଚ ଖାଆନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି । ଲାଞ୍ଚ ତାଲିକାରେ ସଭା ଉପରେ ଭାରତୀୟ ଅଫିସର ଅଛନ୍ତି । ସର୍ବଶେଷରେ ଜାପାନୀ । ଭାରତକୁ ଏହି କୁଖ୍ୟାତିରେ ଟକ୍କର ଦେବାକୁ ନମ୍ବର ଦୁଇରେ ଅଛି କାମ୍ବୋଡ଼ିଆ । କାମ୍ବୋଡ଼ିଆ ପରେ ଚା’ପାଣି ଖର୍ଚ୍ଚ ନେବାରେ ତିନି ନମ୍ବରରେ ଅଛି ଇଣ୍ଡୋନେସିଆ । ରିପୋର୍ଟ ଅନୁସାରେ ଏସିଆର ପ୍ରତି ୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କୌଣସି ସରକାରୀ କାମ ପାଇଁ କେବେ ନା କେବେ ଲାଞ୍ଚ ଦେଇଛନ୍ତି । ଭାରତର ୩୯ ପ୍ରତିଶତ ଲୋକ ମାନିଛନ୍ତି ଯେ, ସେମାନେ ସରକାରୀ କାମ କରାଇବାକୁ ଲାଞ୍ଚ ଦିଅନ୍ତି । କାମ୍ବୋଡିଆରେ ୩୭ ପ୍ରତିଶତ ଓ ଇଣ୍ଡୋନେସିଆରେ ୩୦ ପ୍ରତିଶତ ଲୋକ ସରକାରୀ ବାବୁଙ୍କୁ ଲାଞ୍ଚ ଦେଇ କାମ ହାସଲ କରନ୍ତି । ୨୦୧୯ରେ ଭାରତ ଦୁର୍ନୀତି ମାମଲାରେ ୧୯୮ ଦେଶଙ୍କ ମଧ୍ୟରେ ୮୦ ନମ୍ବରରେ ଥିଲା । ସବୁଠୁ ଦୁଃଖର କଥା ହେଲା ପାକିସ୍ତାନ ଭାରତ ତୁଳନାରେ ଏହି ମାମଲାରେ ଅଧିକ ସଫାସୁତୁରା । ଦୁର୍ନୀତିଗସ୍ତ ଦେଶ ତାଲିକାରେ ୨୦୧୯ ମସିହାରେ ପାକିସ୍ତାନର ସ୍ଥାନ ଥିଲା ୧୨୦ ।

India Records Highest Rate Of Bribery In Asia

ତେବେ ଏଇଠି ପ୍ରଶ୍ନ ଉଠୁଥିବ କେଉଁ ଅଫିସରେ ଅଧିକ ଲାଞ୍ଚ କାରବାର ଚାଲେ ? ଭାରତ ମାମଲାରେ ଏହାର ଉତ୍ତର ହେଉଛି ପୋଲିସ ଓ ସ୍ଥାନୀୟ ପ୍ରଶାସନ । ୪୬ ପ୍ରତିଶତ ଲୋକଙ୍କ କହିବା ହେଉଛି ଲାଞ୍ଚ କାରବାର ଏହି ସବୁ ଅଫିସରେ ଅଧିକ ଚାଲେ । ଏହାପରେ ଆସନ୍ତି ନିର୍ବାଚିତ ପ୍ରତିନିଧି । ୪୨ ପ୍ରତିଶତ କୁହନ୍ତି ଯେ, ନିର୍ବାଚିତ ପ୍ରତିନିଧି ମାନେ ଖର୍ଚ୍ଚ ନନେଲେ କାମ କରନ୍ତି ନାହିଁ । ଅନ୍ୟପକ୍ଷରେ ସରକାରୀ କର୍ମଚାରୀ ଓ ଅଦାଲତର ୨୦ ପ୍ରତିଶତ ବିଚାରପତି ଭ୍ରଷ୍ଟ ବୋଲି ୪୧ ପ୍ରତିଶତ ମାନନ୍ତି ।
ଏବେ ଆପଣ ଭାବୁଥିବେ ଏସିଆର ସେହି ମହାନ ଦେଶର ନାମ କଣ ଯେଉଁଠି ଦୁର୍ନୀତି କମ । ଜାପାନ ଓ ମାଳ ଦ୍ୱିପ ଏହି ମାମଲାରେ ଏକ ନମ୍ବର ଅଛନ୍ତି । ଏହି ଦେଶର ମାତ୍ର ୨ ପ୍ରତିଶତ ନାଗରିକ କେବେ କୌଣସି କାମ ପାଇଁ ଲାଞ୍ଚ ଦିଅନ୍ତି ।

Leave a Reply