ରକ୍ତ ବୋହୁଥିଲା, ତଥାପି ବୋଲିଂ କରୁଥିଲେ ଏଣ୍ଡରସନ

1 min read
Ind Vs Eng Oval Test James Anderson Bowling With Bleeding Knee

ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଲଣ୍ଡନର ଓଭାଲରେ ଖେଳା ଯାଉଛି । ଘରୋଇ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଜୋ ରୁଟ । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ୍ ହୋଇଛି ।

ଇଂଲଣ୍ଡର ବୋଲର ଏଣ୍ଡରସନ ପ୍ରଥମ ପାଳିରେ ସେଭଳି କିଛି ଖାସ୍ କମାଲ ଦେଖାଇ ନାହାଁନ୍ତି । ସେ କେବଳ ଗୋଟିଏ ୱିକେଟ୍ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ୧୧ ତମ ଥର ପାଇଁ ସେ ଚେତେଶ୍ୱର ପୂଜାରାଙ୍କୁ ଆଉଟ୍ କରିଛନ୍ତି । ଏଣ୍ଡରସନ୍ ବୋଲିଂ କରୁଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Ind Vs Eng Oval Test James Anderson Bowling With Bleeding Knee

ବୋଲିଂ ବେଳେ ଏଣ୍ଡରସନଙ୍କ ଡାହାଣ ଗୋଡ଼ ଆଣ୍ଠୁ ଉପରେ କ୍ୟାମେରା ପଡ଼ିବାରୁ ଦେଖା ଯାଇଥିଲା ରକ୍ତ ଲାଗିଛି । ଭାରତୀୟ ଦଳ ବ୍ୟାଟିଂ କରିବାର ୪୨ତମ ଓଭରରେ ଏହା ଦେଖା ଯାଇଥିଲା । ସେତେବେଳେ କ୍ରିଜରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଥିଲେ ।

ସୋସିଆଲ୍ ମିଡିଆରେ ଏହି ଫଟୋ ଭାଇରାଲ୍ ହେବା ପରେ ସମସ୍ତେ ଏଣ୍ଡରସନଙ୍କୁ ପ୍ରଶଂସା କରିଛନ୍ତି । ତେବେ ଏଣ୍ଡରସନ କେବେ ଓ କେମିତି ଆହତ ହେଲେ ଜଣାପଡ଼ିନାହିଁ ।

Leave a Reply