IIT ମଣ୍ଡି ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ରାସ୍ତା, ଚାଲିଲେ ହେବ ବିଦ୍ୟୁତ ଉତ୍ପାଦନ

1 min read
Electric

ଆପଣ କେବେ ଶୁଣିଛନ୍ତି କି ଆପଣଙ୍କ ଚାଲିବା ଦ୍ୱାରା ରାସ୍ତା ବିଦ୍ୟୁତ୍ ଉତ୍ପାଦନ କରିବ ? ହଁ ଏହା ସମ୍ଭବ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମଣ୍ଡି (ଆଇଆଇଟି ମଣ୍ଡି)ର ଜଣେ ଗବେଷକ ଏକ ରାସ୍ତା ନିର୍ମାଣ କରିଛନ୍ତି ଯାହାକି ଚାଲିବା ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ କରିଥାଏ । ଆସନ୍ତୁ ଜାଣିବା IITର ଏହି ବିଶେଷଜ୍ଞମାନେ କେଉଁ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି, ଯାହା ରାସ୍ତାରେ ଚାଲିବା ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ କରିବ ।

ଏହି ରାସ୍ତା ନିର୍ମାଣ କରିଥିବା ଗବେଶକଙ୍କ ନେତା ଡକ୍ଟର ରାହୁଲ ଭୈଶ କହିଛନ୍ତି ଯେ, ସେ ଏହି ରାସ୍ତା ନିର୍ମାଣ ପାଇଁ ପିଜୋଲେକ୍ଟ୍ରିକ୍ ସାମଗ୍ରୀ ବ୍ୟବହାର କରିଛନ୍ତି । ଏହା ଏକ ବିଶେଷ ପ୍ରକାରର ବସ୍ତୁ ଯାହା ଯାନ୍ତ୍ରିକ ଶକ୍ତିରୁ ବୈଦୁତିକ ଶକ୍ତି ତିଆରି କରେ । ରାସ୍ତା ଉପରେ ଚାପ, ଷ୍ଟ୍ରେଚ୍ ଏବଂ ଘର୍ଷଣ ଦ୍ୱାରା ଉତ୍ପନ୍ନ ଯାନ୍ତ୍ରିକ ଶକ୍ତି ବୈଦୁତିକ ଶକ୍ତିରେ ପରିଣତ ହେବ ।

ଇଣ୍ଡିଆଟାଇମ୍ସ ୱେବ୍‌ସାଇଟ୍‌ର ଖବର ଅନୁଯାୟୀ ଡକ୍ଟର ରାହୁଲ ଭୈଶ କହିଛନ୍ତି ଯେ, ପ୍ରତ୍ୟେକ ରାସ୍ତା ଓ ଗଳିରେ ଏଭଳି ସାମଗ୍ରୀ ସ୍ଥାପନ କରାଯିବା ଉଚିତ୍‌ । ଏହା ବିଦ୍ୟୁତ୍ ସମସ୍ୟାର ଏକ ସରଳ ଏବଂ ସହଜ ସମାଧାନ ପ୍ରଦାନ କରିପାରିବ । କିନ୍ତୁ ବର୍ତ୍ତମାନ ଏହି ପଦାର୍ଥରୁ ବହୁତ କମ୍ ଶକ୍ତି ଉତ୍ପନ୍ନ ହେଉଛି, ତେଣୁ ଏହି ପଦାର୍ଥର ଶକ୍ତି ଏବଂ ପରିମାଣ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଡକ୍ଟର ରାହୁଲ ଭୈଶ ଏବଂ ତାଙ୍କ ଦଳ ପିଜୋଇଲେକ୍ଟ୍ରିକ୍ ସାମଗ୍ରୀରୁ ନିର୍ମିତ ରାସ୍ତାରେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଏହାର କ୍ଷମତା ବୃଦ୍ଧି କରିଛନ୍ତି । ଏହି ଟେକ୍ନୋଲୋଜିର ନାମ ହେଉଛି ଗ୍ରେଡେଡ୍‌ ପୋଲିଂ | ଗ୍ରେଡେଡ୍‌ ପୋଲିଂ ବ୍ୟବହାର ଯୋଗୁଁ, ପିଜୋଇଲେକ୍ଟ୍ରିକ୍ ସାମଗ୍ରୀରେ ନିର୍ମିତ ରାସ୍ତାରୁ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୧୦୦ ଗୁଣ ଅଧିକ ହେବ । ଏହାର ଅର୍ଥ ଯଦି ରାସ୍ତାଟି ୧ ୱାଟ ବିଦ୍ୟୁତ୍ ଉତ୍ପାଦନ କରୁଥିଲା, ତେବେ ଏହା ୧୦୦ ୱାଟ ବିଦ୍ୟୁତ୍ ଉତ୍ପାଦନ କରିବ ।

Leave a Reply