୨୦୨୦-୨୧ରେ ଆହୁରି ଭୁଶୁଡ଼ିବ ଦେଶର ଅର୍ଥନୀତି: ସରକାରୀ ତଥ୍ୟ

1 min read
India Will World's 3rd Biggest Economy in 2030 CEBR Report

ନୂଆଦିଲ୍ଲୀ: ୨୦୨୦-୨୦୨୧ ଆର୍ଥିକ ବର୍ଷରେ ଅର୍ଥନୀତି ୭.୭ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ଏହାର ମୁଖ୍ୟ କାରଣ ହେଉଛି କୋଭିଡ୍‌-୧୯ ମହାମାରୀ, ଦେଶର ଅର୍ଥନୀତି ଉପରେ ଅନେକ ପ୍ରଭାବ ପଡ଼ିଛି । ସରକାରଙ୍କ ପ୍ରଥମ ଆକଳନରେ ଏହା କୁହାଯାଇଛି । ଗତ ଆର୍ଥିକ ବର୍ଷରେ ଅର୍ଥନୀତି ୪.୨ ପ୍ରତିଶତ ବୃଦ୍ଧି ପାଇଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଗୁରୁବାର ଜାତୀୟ ଆୟର ପ୍ରଥମ ଅଗ୍ରୀମ ଆକଳନ ପ୍ରକାଶ କରିଛି ।

ଏନ୍‌ଏସ୍‌ଓ ଅନୁଯାୟୀ କୃଷି ବ୍ୟତୀତ ପ୍ରାୟ ସମସ୍ତ କ୍ଷେତ୍ରରେ ମାନ୍ଦା ଅବସ୍ଥା ଦେଖାଦେଇଛି । NSO କହିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ରିୟଲ ଜିଡିପି ୧୩୪.୪୦ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ୨୦୧୯-୨୦୨୦ ପାଇଁ ଜିଡିପିର ପ୍ରୋଭିଜ୍‌ନାଲ ଆକଳନ ୧୪୫.୬୬ ଲକ୍ଷ କୋଟି ଟଙ୍କା । ଏହାଦ୍ୱାରା ରିୟଲ ଜିଡିପି ଅଭିବୃଦ୍ଧି -୭.୭ ପ୍ରତିଶତ ହୋଇପାରେ, ଯାହା ୨୦୧୯-୨୦ରେ ୪.୨ ପ୍ରତିଶତ ଥିଲା ।

ଉତ୍ପାଦନ କ୍ଷେତ୍ରରେ ୯.୪ ପ୍ରତିଶତ ହ୍ରାସ

ଚଳିତ ଆର୍ଥିକ ବର୍ଷରେ ଉପତ୍ପାଦନ କ୍ଷେତ୍ରରେ ୯.୪ ପ୍ରତିଶତ ହ୍ରାସ ପାଇପାରେ ବୋଲି ଆକଳନ କରାଯାଉଥିବା ବେଳେ ଗତ ଆର୍ଥିକ ବର୍ଷରେ ୦.୦୩ ପ୍ରତିଶତ ଭଳି ସାମନ୍ୟ ବୃଦ୍ଧି ଦେଖାଯାଇଥିଲା । ଏନଏସ୍‌ଓ ଅନୁଯାୟୀ ଖଣି ଏବଂ କୋରିଂ, ଟ୍ରେଡ୍‌, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସହ ଜଡ଼ିତ ସେବା କ୍ଷେତ୍ରରେ ବଡ଼ ହ୍ରାସ ଦେଖା ଦେଇପାରେ । ୨୦୨୦-୨୧ରେ କୃଷି କ୍ଷେତ୍ରରେ ୩.୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ତେବେ ଏହା ମଧ୍ୟ ଗତ ବର୍ଷ ତୁଳନାରେ କମ୍ ହେବ । ଗତ ବର୍ଷ କୃଷି କ୍ଷେତ୍ରରେ ୪% ଅଭିବୃଦ୍ଧି ରେକର୍ଡ କରାଯାଇଥିଲା ।

Leave a Reply