ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୧୦ଟି ଉପାୟ

1 min read

ପ୍ରତିଦିନ ନିଶ୍ବାସରେ ଶୁଦ୍ଧ ବାୟୁ ଗ୍ରହଣ କରିବା ଆମ ଶରୀର ପାଇଁ ନିହାତି ଆବଶ୍ୟକ । କିନ୍ତୁ ବର୍ତ୍ତମାନ ଦିଲ୍ଲୀ ସହ ବିଭିନ୍ନ ସହରର ସ୍ଥିତି ଦେଖିଲେ ଏହା ଅସମ୍ଭବ ମନେ ହୁଏ । ଦୀପାବଳି ପରେ ଦିଲ୍ଲୀ ଏବଂ ଏହା ଆଖପାଖର ଏୟାର କ୍ବାଲିଟି ପୁରାପୁରି ଖରାପ ହୋଇଯାଇଛି । ଦିଲ୍ଲୀ ଏନସିଆର ରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବିପଦଜନକ ସ୍ତର ୫୦୦ରେ ପଂହଚିଛି । ଯାହାକୁ ଆଖିଆଗରେ ରଖି ଦିଲ୍ଲୀ ସରକାର ପବ୍ଲିକ ହେଲ୍ଥ ଏମରଜେନସି ଘୋଷଣା କରାଯାଇଛି । ତେବେ ଏହି ବିଷାକ୍ତ ବାୟୁ ପ୍ରଦୁଷଣର ସବୁଠାରୁ ଅଧିକ ପ୍ରଭାବ ପଡିଥାଏ ଶିଶୁ, ବୟସ୍କ ଓ ରୋଗୀମାନଙ୍କ ଉପରେ । ଏହା ଦ୍ବାରା ଆଖିରେ ଭୀଷଣ ଜ୍ଜଳନ ହେବା ସହ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ । ତା ଛଡା ଏହା ଦ୍ବାରା ଅନେକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇପାରେ । ଯଦିଓ ଏଥିରୁ ସମ୍ପୁଣ୍ଣ ଭାବେ ରକ୍ଷା ପାଇବା କଷ୍ଟକର କିନ୍ତୁ ଏମିତି କିଛି ଉପାୟ ରହିଛି ଯାହାକୁ ଆପଣାଇ ଆପଣ ଏଥିରୁ ରକ୍ଷା ପାଇପାରିବେ । ତା ହେଲେ ଚାଲନ୍ତୁ ଜାଣିବା ବାୟୁ ପ୍ରଦୁଷଣରୁ ରକ୍ଷା ପାଇବାର କିଛି ସିମ୍ପଲ ଟିପସ ।…

୧- ପ୍ରଦୂଷଣସ୍ତର (ଏୟାର ଇଣ୍ଡେକ୍ସ) ୫୦୦ରୁ ଅଧିକ ରୁହେ ତା ହେଲେ ବେଶୀ ଫିଜିକାଲି ଆକ୍ଟିଭିଟିଜ ଏକ୍ସରସାଇଜ, କ୍ରିକେଟ,ହକି ,ସାଇକ୍ଲିଂ ପରି ଖେଳ ସହ ଦୌଡା ଦୌଡି ଠାରୁ ଦୁରେଇ ରୁହନ୍ତୁ ।

୨- ସବୁବେଳେ ଘରର କବାଟ ଝରକା ବନ୍ଦ ରଖିବା ସହ ଯଦି ସମ୍ଭବ ଘର ଭିତରେ କିଛି ଏମିତି ଗଛ ଲଗାନ୍ତୁ ଯାହା ବାତାବରଣକୁ ଶୁଦ୍ଧ କରିଥାଏ । ତା ସହ ଘର ଭିତରେ ଏୟାର ପ୍ୟୁରିଫାୟର ବି ଲଗାଇ ପାରିବେ ।

୩- ନିଶ୍ବାସରେ ଯାଉଥିବା ବିଷକୁ ବାହାର କରିବାକୁ ଯେତେ ସମ୍ଭବ ପ୍ରଚୁର ପାଣି ପିଅନ୍ତିୁ । ଦିନକୁ ୬ ଲିଟର ପାଣି ପିଇ ପାରିଲେ ଭଲ ।

୪- ଘରୁ ବାହାରକୁ ବାହାରିବା ସମୟରେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ ଏହା ଦ୍ବାରା ଶରୀର ଅକ୍ସିଜେନ ସପ୍ଲାଏ ଠିକ ରହିବା ସହ ଯଦି ବିଷାକ୍ତ ବାୟୁ ବ୍ଲଡରେ ମିଶେ ତା ହେଲେ କମ କ୍ଷତି କରିଥାଏ ।

୫- ପୁରା ଶରୀରକୁ ଢାଙ୍କୁଥିବା ଡ୍ରେସ ପିନ୍ଧିବା ସହ ଭଲ ମାସ୍କ ଲଗାଇ ବାହାରକୁ ବାହାରନ୍ତୁ ।

୬- ଶରୀରରେ ରେଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅଦା ଓ ତୁଳସୀର ଚା ପିଅନ୍ତୁ । ମହୁ, ରସୁଣ ଓ ଅଦାକୁ ଖାଦ୍ୟରେ ବେଶି ମାତ୍ରାରେ ବ୍ୟବହାର କରନ୍ତୁ ।
୭- ଖାଦ୍ୟରେ ପ୍ରଚୁର ପରିମାଣର ଭିଟାମିନ ସି, ଓମେଗା ଫ୍ୟାଟ ୩, ହଳଦୀ, ଗୁଡ,ଅଖରେଟକୁ ସାମିଲ କରନ୍ତୁ । ଥଣ୍ଡା କାଶ ସମୟରେ ମହୁ ଓ ଅଦାରସ ବ୍ୟବହାର କରିବା ଆବଶ୍ୟକ ।

୮- ଦିଲ୍ଲୀ ଭଳି ପବ୍ଲିକ ହେଲଥ ଏମରଜେନ୍ସି ଘୋଷଣା ହୋଇଥିବା ଅଞ୍ଚଳରେ ଯେତେ ସମ୍ଭବ ଘରୁ ବାହାରକୁ ବାହାରନ୍ତୁ ନାହିଁ । ସବୁ ବେଳେ ଘର ଭିତରେ ରହିବାକୁ ଚେଷ୍ଟା କରନ୍ତୁ ।

୯- ଯଦି ଘରୁ ବାହରିବା ଆବଶ୍ୟକ ପଡେ ତେବେ ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର କରନ୍ତୁ । କାହିଁକି ନା ଅଧିକ ଗାଡି ଚାଲିଲେ ପ୍ରଦୁଷଣର ମାତ୍ରା ବଢିଥାଏ ।

୧୦- ଯଦି ସମ୍ଭବ ହୁଏ ତେବେ କିଛି ଦିନ ଶୁଦ୍ଧ ବାତାବରଣ ବା ଭରପୁର ଅକ୍ସିଜେନ ଥିବା ଅଞ୍ଚଳରେ କାଟିପାରିବେ । ')}

Leave a Reply