ଦେହସାରା ଟାଟୁ କଲାପରେ ବି ପୁରିଲାନି ମନ, ଏମିତି ଜାଗାରେ ଟାଟୁ କଲେ ଯେ, କାନ୍ଦିଲେ ମାଆ

1 min read

ଅଷ୍ଟ୍ରେଲିଆ : ଯୁବପୀଢ଼ିଙ୍କୁ ଏବେ ଘାରିଛି ଟାଟୁ ନିଶା । ଦେହସାରା ଟାଟୁ କରିସାରିବା ପରେବି ମନ ପୁରୁନି । ଖୋଜା ଚାଲୁଛି ଶରୀରର ଆଉ କେଉଁ ଅଂଶ ଖାଲି ଅଛି ଯେଉଁଠି ଟାଟୁ କରିହେବ । କିଏ ନିଜ ପ୍ରିୟଜନଙ୍କ ପାଇଁ ଟାଟୁ କରୁଛି ତ ଆଉ କିଏ ସୌକରେ । ତେବେ ନିକଟରେ ଜଣେ ଟାଟୁ ଗର୍ଲଙ୍କ କାହାଣୀ ସମସ୍ତଙ୍କୁ ସ୍ତବ୍ଧ କରିଛି ।

ଅଷ୍ଟ୍ରେଲିଆର ୨୪ ବର୍ଷୀୟ ଯୁବତୀ ଆମ୍ବର ଲ୍ୟୁକ୍ । ଡ୍ରାଗନ ଗର୍ଲ ନାମରେ ସେ ଖୁବ ପରିଚିତ । ଟାଟୁ କରିବା ତାଙ୍କର ସବୁଠୁ ବଡ଼ ପ୍ୟାସନ । ନିଜ ବଡି ଟାଟୁ ପାଇଁ ସେ ୩୭,୦୦୦ ଡ଼ଲାର ଖର୍ଚ୍ଚ କରିସାରିବା ପରେ ବି ଟାଟୁ ନିଶା ତାଙ୍କ ମୁଣ୍ଡରେ ସବାର ଥିଲା । ପୁରା ଶରୀରରେ ୨୦୦  ଟାଟୁ କରିସାରିଥିବା ଆମ୍ବର ନିଜ ଆଖିରେ ବ୍ଳୁ ଟାଟୁ କରିବା ପାଇଁ ଚିନ୍ତା କଲେ । ତେବେ ଟାଟୁ ଆଟିଷ୍ଟଙ୍କ ହିସାବରେ ଏହା ୪୦ ମିନିଟର ବିପଦପୂର୍ଣ୍ଣ କାର୍ଯ୍ୟଥିଲା  । ଆମ୍ବରଙ୍କୁ ସେମାନେ ଏହା ସ୍ପଷ୍ଟ କରିବା ପରେ ମଧ୍ୟ ସେ ରିକ୍ସ ନେଇଥିଲେ ।


ସବୁଜାଣି ଆୟବଲ୍ ଭିତରେ ଟାଟୁର ଜିଦ୍ ଧରିଥିଲେ ଆମ୍ବର । ତେବେ ଟାଟୁ କରିବାର କିଛି ସେକେଣ୍ଡ ଭିତରେ ହି ତାଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଆଉ ତାପରେ ଡ୍ରାଗନ ଗର୍ଲଙ୍କୁ ଆଉ କିଛି ଦେଖାଯାଇନଥିଲା । ଆମ୍ବରଙ୍କର ଏ ଅବସ୍ଥା ଦେଖି ଉପାୟଶୂନ୍ୟ ହୋଇ କାନ୍ଦିବାକୁ ଲାଗିଲେ ତାଙ୍କ ମା ଭିକି । ୧୪ବର୍ଷରୁ ଟାଟୁ କରିଆସୁଥିବା ଆମ୍ବର ନିଜକୁ ବ୍ଳୁ ଆୟ ଡ୍ରାଗନର ପରିଚୟ ଦେବା ପାଇଁ ସ୍ବପ୍ନ ଦେଖୁଥିଲେ ଏବଂ ଗୋଟିଏ ପରେ ଗୋଟିଏ ଟାଟୁ କରି ଅତ୍ୟଧିକ କଷ୍ଟ ସହିଥିଲେ । ତିନି ସପ୍ତାହ ଧରି ଚିକିତ୍ସା ପରେ ନିଜ ଦୃଷ୍ଟିଶକ୍ତି ଫେରିପାଇଲେ ଆମ୍ବର ଲ୍ୟୁକ । ଆମ୍ବରଙ୍କ କହିବା କଥା ସେ ଏଥିପାଇଁ ଆଦୈା ପଶ୍ଚାତାପ ବା ଦୁଃଖ କରନ୍ତି ନାହିଁ ବରଂ ଗର୍ବିତ ଯେ ଆଜି ଦୁନିଆ ତାଙ୍କୂ ବ୍ଳୁ ଆୟ ଡ଼୍ରାଗନ ହିସାବରେ ଜାଣିଛି । ')}

Leave a Reply