ଆଖି ବୁଜିଲେ ହିରୋସିମା ଆଣବିକ ଆକ୍ରମଣରୁ ବର୍ତ୍ତିଯାଇଥିବା ସୁନାଓ ସୁବୋଇ

ଟୋକିଓ: ହିରୋସିମା ଆଣବିକ ଆକ୍ରମଣରୁ ବର୍ତ୍ତିଯାଇଥିବା ସୁନାଓ ସୁବୋଇଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୬ବର୍ଷ ହୋଇଥିବା ଜଣାପଡିଛି । ଏହି ଭୟଙ୍କର ବିସ୍ଫୋରଣରୁ ରକ୍ଷା ପାଇଯାଇଥିବା ସୁବୋଇ ଦୀର୍ଘ ଦିନ ଧରି ଆଣବିକ ଅସ୍ତ୍ର ବିରୋଧରେ ସଂଗ୍ରାମ କରି ଆସୁଥିଲେ। ନିରସ୍ତ୍ରୀକରଣ ବାର୍ତ୍ତା ନେଇ ସେ ୨୦୧୬ରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିଥିଲେ ।

ଗତ କିଛିଦନ ଧରି ସେ ରକ୍ତହୀନତା ରୋଗରେ ପଡିଥିଲେ। ଓବାମାଙ୍କ ହିରୋସିମା ଗସ୍ତବେଳେ ସେ ତାଙ୍କ ସହ କରମର୍ଦ୍ଦନ କରି ଚର୍ଚ୍ଚାରେ ଥିଲେ । କଥାବାର୍ତ୍ତା ଅବସରରେ ତାଙ୍କ ସହ ଉପସ୍ଥିତ ଥିଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ବିଶ୍ୱର ପ୍ରଥମ ଆଣବିକ ବୋମା ୧୯୪୫ ଅଗଷ୍ଟ ୬ରେ ହିରୋସିମା ଉପରେ ଆମେରିକା ପକାଇଥିଲା । ଏଥିରେ ୧ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇଥିଲେ ।

ତେବେ ଏହାର ୩ ଦିନ ପରେ ନାଗାସାକିରେ ହୋଇଥିବା ବୋମାମାଡରେ ପ୍ରାଣ ହରାଇଥିଲେ ୭୦ ହଜାର ଲୋକ । ସେତେବେଳେ ସୁବୋଇଙ୍କୁ ହୋଇଥିଲା ୨୦ ବର୍ଷ । ତାଙ୍କର କାନ ନଷ୍ଟ ହୋଇଯାଇଥିବା ବେଳେ ପ୍ରାୟ ୪୦ ଦିନ ପରେ ସେ ସୁସ୍ଥ ହୋଇଥିଲେ।

Leave a Reply