ଡାକ୍ତରୀ ପଦବୀ ପୂରଣ ପାଇଁ ସୁପାରିସ

1 min read

ଭୁବନେଶ୍ୱର: ଓପିଏସସି କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ  ବିଭାଗ ସଚିବ ପ୍ରମୋଦ କୁମାର ମେହେର୍ଦା ।  ପୂରଣ ହେବ ଖାଲିପଡ଼ିଥିବା ଡାକ୍ତରୀ ପଦବୀ  ।  ରାଜ୍ୟରେ ଖାଲି ପଡ଼ିଥିବା ୩୨୭୮ ଡାକ୍ତରୀ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଆଜି ଓଡ଼ିଶା ଲୋକସେବା ଆୟୋଗଙ୍କୁ ସୁପାରିସ୍ କରିଛନ୍ତି । ରାଜ୍ୟ ସରକାର ୨୦୧୯ ଅଗଷ୍ଟ ୩ତାରିଖରେ ସୃଷ୍ଟି କରିଥିବା ୨ହଜାର ଏଲଟିଆରଏମଓ ପଦବୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଥିବା ଜଣାପଡ଼ିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପିକେ ମେହେର୍ଦ୍ଦା ଆଜି ଲୋକସେବା ଆୟୋଗଙ୍କୁ ଚିଠି ଲେଖି ମୋଟ ୩୨୭୮ଟି ଡାକ୍ତରୀ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ଏହି ଡାକ୍ତରୀ ପଦବୀ ମଧ୍ୟରେ ୧୩୫୮ଟି ପଦବୀ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ଏସଇବିସି ବର୍ଗଙ୍କ ପାଇଁ ୧୩୬ଟି, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୭୦୯ଟି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦୭୫ଟି ପଦ ସଂରକ୍ଷିତ ରହିଛି।

ଏହି ସମସ୍ତ ପଦବୀରେ ନିୟମିତ ଡାକ୍ତର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓପିଏସସିଙ୍କୁ ସୁପାରିସ୍ କରାଯାଇଛି। ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.