ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼, ଭାଇ-ଭଉଣୀ ଅଟକ
1 min readନୋଏଡ଼ା: ହାଥରସକୁ ନେଇ ଦେଶରେ ପ୍ରତିବାଦ । ପୀଡ଼ିତାଙ୍କ ପରିବାରକୁ ସମବେଦନା ଦେବାକୁ ଆରମ୍ଭ ହୋଇଛି ନେତାଙ୍କ ରେସ୍ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉଭୟ ଆଜି ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀରୁ ହାଥରସ୍ ବାହାରିଥିଲେ । ହାଥରସ୍ ଯିବା ବାଟରେ ପୋଲିସ ଯମୁନା ଏକ୍ସପ୍ରେସରେ ରାହୁଲ ଗାନ୍ଧିଙ୍କୁ ଅଟକାଇ ଥିଲା । ଏହି ସମୟରେ ଟଣାଓଟରା ବେଳେ ପୋଲିସର ମୁଥ ମାଡ଼ରେ ରାହୁଲ ତଳେ ପଡ଼ି ଯାଇଥିବା ଅଭିଯୋଗ ହୋଇଛି ।
ଫଟୋରେ ଦେଖାଯାଉଛି ପ୍ରଥମେ ପୋଲିସ ରାହୁଲଙ୍କ ଦୁଇ ହାତକୁ ଧରି ଅଟକାଉଛି । ଅନ୍ୟ ଫଟୋରେ ପୋଲିସ ରାହୁଲଙ୍କ ପେଟକୁ ଧରି ପଛକୁ ଠେଲୁଛି । ଅନ୍ୟ ଏକ ଫଟୋରେ ରାହୁଲ ତଳେ ପଡ଼ି ଯାଇଥିବା ନଜର ଆସୁଛନ୍ତି । ତେବେ, ରାହୁଲ ତଳେ ପଡ଼ିଥିବା ଫଟୋରେ କୌଣସି ପୋଲିସ ନଜର ଆସୁଥିବା ବେଳେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ତାଙ୍କୁ ତଳୁ ଉଠାଉଛନ୍ତି । ପୋଲିସ ଆଇପିସି ଧାରା ୧୮୮ରେ ରାହୁଲ ଗାନ୍ଧିଙ୍କୁ ରଖିଛି ।
#WATCH Congress leader Rahul Gandhi roughed up by police on his way to Hathras, at Yamuna Expressway, earlier today
Rahul Gandhi has been arrested by police under Section 188 IPC. pic.twitter.com/nU5aUSS64q
— ANI UP/Uttarakhand (@ANINewsUP) October 1, 2020
ଅନ୍ୟପଟେ କଂଗ୍ରେସ ମହସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ହାଥରସ୍ ଯିବା ବାଟରେ ପୋଲିସ ଅଟକାଇବା ସହ କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପ୍ରିୟଙ୍କା ଏନେଇ ଟ୍ୱିଟ୍ କରିବା ସହ ଫଟୋ ସେୟାର କରିଛନ୍ତି ।