ନ୍ୟୁଜଲାଣ୍ଡ ମ୍ୟାଚ ପାଇଁ ଫିଟ୍ ଅଛନ୍ତି ପାଣ୍ଡ୍ୟା

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ଭାରତର ଦ୍ବିତୀୟ ମ୍ୟାଚ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହାତ ହୋଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବ୍ୟାଟିଂ କରୁଥିବା ସମୟରେ ହାର୍ଦ୍ଦିକଙ୍କ କାନ୍ଧରେ ଆଘାତ ଲାଗିଥିଲା । ଯାହା ଫଳରେ ଫିଲ୍ଡଂ କରିବା ପାଇଁ ମଧ୍ୟ ପଡ଼ିଆକୁ ଆସିନଥିଲେ ପାଣ୍ଡ୍ୟା । କିନ୍ତୁ ଆଜି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି “ହାର୍ଦ୍ଦିକଙ୍କ ସ୍କାନ ରିପୋର୍ଟ ଆସିଛି ଏବଂ ଆଘାତ ମଧ୍ୟ ଗୁରୁତର ନୁହେଁ । ଦୁଇଟି ମ୍ୟାଚ ମଧ୍ୟରେ ଛଅ ଦିନର ବ୍ୟବଧାନ ଥିବାରୁ ତାଙ୍କୁ ସୁସ୍ଥ ହେବାକୁ ପର୍ଯ୍ୟାପ୍ତ ସମୟ ମିଳିଛି ବୋଲି ବିସିସିଆର ଅଧିକାରୀ ଜଣକ କହିଥିଲେ ।

ଅନ୍ୟପଟେ ଆଇପିଏଲ ପୂର୍ବରୁ ପାଣ୍ଡ୍ୟାଙ୍କ ଫିଟେନସ ଏକ ବିସିସିଆଇ ପାଇଁ ଚିନ୍ତାର କାରଣ ଥିଲା । ଆଘାତ କାରଣରୁ ଆଇପିଏଲରେ ଗୋଟିଏ ବି ଓଭର ବୋଲିଂ କରିପାରିନଥିଲେ । ଏହି ପରିପ୍ରେକ୍ଷୀରେ ପାଣ୍ଡ୍ୟାଙ୍କ ଫିଟେନସ୍ ପ୍ରସଙ୍ଗ ଭାରତର ସନ୍ତୁଳନକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଯଦି ପାଣ୍ଡ୍ୟା ଆଗାମୀ ମ୍ୟାଚ ପାଇଁ ଫିଟ୍ ନଥିବେ ତାହାଲେ ତାଙ୍କ ସ୍ଥାନରେ କିଏ ଖେଳିବେ ତାହା ବର୍ତ୍ତମାନ ସମୟରେ ବଡ଼ ପ୍ରଶ୍ନ । ତେବେ ଆଗାମୀ ମ୍ୟାଚରେ ଦଳରେ କିପରି ସନ୍ତୁଳନ ରକ୍ଷା କରୁଛି ତାହା ଦେଖିବାର ବିଷୟ ।

ଏଥିସହିତ ପଢ଼ନ୍ତୁ: କ’ଣ ପାଇଁ ଭାରତୀୟ କ୍ରିକେଟ୍ ପ୍ରେମୀ ଆଜି ଚାହିଁବେ ପାକିସ୍ତାନ ନ୍ୟୁଜଲାଣ୍ଡ ଉପରେ ବିଜୟ ପାଉ ?

Leave a Reply