ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ, ନୋ ରିପିଟ ଫର୍ମୁଲାକୁ ନେଇ ଅନେକ ଅସନ୍ତୁଷ୍ଟ

ସୁରଟ: ଗୁଜୁରାଟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ପରେ ଗୁରୁବାର ନୂଚନ ମନ୍ତ୍ରିମଣ୍ଡଳ ଶପଥ ନେଉଛନ୍ତି । ହେଲେ ରାଜ୍ୟ ବିଜେପିର ନେତୃତ୍ୱ ପରିବର୍ତ୍ତନ ପରେ ଦଳରେ ବଢ଼ିଛି କନ୍ଦଳ । ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନୋ ରିପିଟ ଫର୍ମୁଲାକୁ ନେଇ ଦେଖାଦେଇଛି ଆଭ୍ୟନ୍ତରୀଣ ମତଭେଦ । ସବୁ ଭିତରେ ଆଜି ଶପଥ ନେଇଛନ୍ତି ଗୁଜରାଟର ନୂଆ ମନ୍ତ୍ରୀମଣ୍ଡଳ ।

ଭୂପେନ୍ଦ୍ର ପଟେଲ ପୁରା କ୍ୟାବିନେଟ ପରିବର୍ତ୍ତନ ଚାହୁଥିବା ବେଳେ ଏହାକୁ ନେଇ ଅନେକ ଅସନ୍ତୁଷ୍ଟ । ଏଥିଯୋଗୁ ଗତକାଲି ହେବାକୁ ଥିବାରୁ କ୍ୟାବିନେଟ ଶପଥଗ୍ରହଣ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା । ଆଜି ଶପଥ ଗ୍ରହଣରେ ୨୪ ମନ୍ତ୍ରୀ ଶପଥ ନେଇଛନ୍ତି । ଆଜି ଅପରାହ୍ନରେ ନୂତନ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏପଟେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଚାଲିଥିବା ବେଳେ ସେପଟେ ଇସ୍ତଫା ଦେଇଛନ୍ତି ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ । ସେ ବାଚସ୍ପଚତି ପୁଦରୁ ଇସ୍ତଫା ଦେଇ ନୂଆ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଛନ୍ତି ।

ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରିମଣ୍ଡଳରେ ଦେଖିୂବାକୁ ମିଳିଛି କିଛି ନୂଆ ମୁହଁ । କିଛି ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିବାବେଳେ କିଛି ପେଶାରେ ବିଲଡର ଅଟନ୍ତି ।

ସୁରଟର ଓଲପାଡ ବିଧାନସଭା ଆସନରୁ ମୁକେଶ ପଟେଲ ଦ୍ୱିତୀୟ ଥର ବିଜେପି ବିଧାୟକ ଅଟନ୍ତି। ମୁକେଶ ଭାଇ ପଟେଲ ୨୦୧୨ ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୭ରେ ଦ୍ୱିତୀୟ ଥର ପାଇଁ ବିଧାନସଭାରେ ପହଞ୍ଚିଥିଲେ। ମୁକେଶ ପଟେଲଙ୍କ ପତ୍ନୀଙ୍କ ନାମ ମୀନାବେନ୍ ଅଟେ। ତାଙ୍କ ଆଫିଡେଭିଟରେ ସେ ଜଣେ ବିଲଡର ଭାବରେ ତାଙ୍କର ବୃତ୍ତି ବିଷୟରେ ଉଲ୍ଲେଖ କରିଛନ୍ତି ।

Leave a Reply