କରୋନା ସଙ୍କଟରେ ଖୁସି ଖବର, ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା

ଭୁବନେଶ୍ୱର: କରୋନା ସଙ୍କଟରେ ଖୁସି ଖବର । ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା । ସମୟରେ ଛୁଇଁବ କେରଳ, ବିଳମ୍ବରେ ଓଡ଼ିଶା । କରୋନା ଲକଡାଉନ ଖରିଫ ଚାଷରେ କଣ୍ଟା ସାଜିଥିଲା । ହେଲେ ରବି ଚାଷ ପାଇଁ ଆଇଏମଡି ଦେଇଛି ଏ ଖୁସିଖବର ।

ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ । ଏଥର ଦକ୍ଷିଣ ପଶ୍ଚିମ ମୌସମୀ ବର୍ଷା ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଜୁନ୍‌ ପହିଲା ସୁଦ୍ଧା ମୌସୁମୀ କେରଳ ଛୁଇଁବ । ମାତ୍ର ଓଡ଼ିଶାରେ ୩ରୁ ୭ ଦିନ ବିଳମ୍ବରେ ପହଞ୍ଚିବ । ତେବେ ୧୩ ଜୁନ ସୁଦ୍ଧା ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ଖରିଫ ଚାଷ ଅମଳ ସରିଛି, ଏବେ ରବି ଚାଷ ପାଇଁ ତରତର ହେଉଛି ଚାଷୀ । ଏ ମଧ୍ୟରେ ଆଇଏମଡିର ପୂର୍ବାନୁମାନ ଉପରେ ଆଶାବାଦୀ ଅଛି ଚାଷୀକୂଳ ।

Leave a Reply