ଝାଡ଼ଖଣ୍ଡରେ ମିଳିଲା ସୁନାର ଖଣି, ଭାରତ ପୁଣି ହେବାକୁ ଯାଉଛି ସୁନାର ଚିଡ଼ିୟା

1 min read

ରାଞ୍ଚି: ପ୍ରାଚୀନ କାଳରେ ଭାରତକୁ ସୁନାର ପକ୍ଷୀ କୁହାଯାଉଥିଲା କାରଣ ସେହି ସମୟରେ ଭାରତରେ ବହୁ ପରିମାଣର ସୁନା ଥିଲା । ଧିରେ ଧିରେ, ବାହାରୁ ଆସୁଥିବା ବିଦେଶୀମାନେ ଭାରତକୁ ଶାସନ କରିବାକୁ ଚେଷ୍ଟା କଲେ ଏବଂ ଏଠାରୁ ଅନେକ ଥର ଲୁଟ୍ କରି ସମ୍ପତ୍ତି ନିଜ ଦେଶକୁ ନେଇଗଲେ । ଆଜି ବି ଭାରତ ଦେଶରେ ଅନେକ ଖଣିଜ ସମ୍ପଦ ଲୁକ୍କାଇତ ଅବସ୍ଥାରେ ରହିଛି । କିଛି ସମୟ ପୂର୍ବରୁ ଆପଣ ନିଶ୍ଚୟ ଶୁଣିଥିବେ ଯେ ଉତ୍ତରପ୍ରଦେଶର ସୋନଭଦ୍ରରେ ଏକ ବିରାଟ ସୁନା ଖଣି ମିଳିଛି ଯାହାର ମୂଲ୍ୟ ଅନେକ ଲକ୍ଷ କୋଟି ଟଙ୍କା ଥିଲା । କିନ୍ତୁ ଏହା ପରେ ଏହି ଖବର ମନ୍ଥର ହୋଇଗଲା । ନିକଟରେ ଆଉ ଏକ ଖବର ଆସିଛି ଯେ ଝାଡଖଣ୍ଡରେ ସୁନା ଖଣି, ବିହାରରେ କ୍ରୋମିୟମ ଏବଂ ପୋଟାସିୟମ ଖଣି ସନ୍ଧାନ କରାଯାଇଛି ।

କେନ୍ଦ୍ର ଖଣି ମନ୍ତ୍ରଣାଳୟ ବିହାରର ୪ ଟି କ୍ଷେତ୍ର ଚିହ୍ନଟ କରିଛି ଯେଉଁଠାରେ କ୍ରୋମିୟମ ଏବଂ ପୋଟାସିୟମର ଭଣ୍ଡାର ଅଛି । ଏହି ଖଣିଟି ସାସାରାମ ରୋହତାସ୍ ଗୟା ଏବଂ ଔରଙ୍ଗାବାଦରେ ଅବସ୍ଥିତ । ନିକଟରେ FICCI ବୈଠକରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପହଲାଦ୍ ଯୋଶୀ ଖଣିଜ ପଦାର୍ଥ ସହ ଜଡିତ ଏକ ସର୍ଭେ କରିବା ପାଇଁ ବିହାରର ଖଣି ମନ୍ତ୍ରୀ ଜନକ ରାମଙ୍କୁ କିଛି ଦଲିଲ ଦେଇଛନ୍ତି । କେବଳ ବିହାର ନୁହେଁ ବରଂ ଅନ୍ୟ କିଛି ରାଜ୍ୟର ମନ୍ତ୍ରୀ ଏବଂ ପ୍ରତିନିଧୀମାନଙ୍କୁ ମଧ୍ୟ ଖଣିଜ ସର୍ବେକ୍ଷଣ ସହ ଜଡିତ ଡକ୍ୟୁମେଣ୍ଟ ପଠାଯାଇଛି ।

ବିଭିନ୍ନ ଖଣିଜ ପଦାର୍ଥ ପାଇଁ କେନ୍ଦ୍ର ମୋଟ ୧୪ ଟି ରାଜ୍ୟକୁ ୧୦୦ ରୁ ଅଧିକ ବ୍ଲକ ପ୍ରଦାନ କରିଛି ଏବଂ ଏହିସବୁ ବ୍ଲକକୁ ଶୀଘ୍ର ନିଲାମ କରିବାକୁ ମଧ୍ୟ ଅନୁରୋଧ କରିଛି । ବିହାରର ଖଣି ଏବଂ ଭୂବିଜ୍ଞାନ ମନ୍ତ୍ରୀ ଜନକ ରାମ ସୂଚନା ଦେଇଛନ୍ତି ଯେ ବିହାରକୁ ତିନୋଟି ବ୍ଲକ ପୋଟାସିୟମ ଏବଂ ଗୋଟିଏ କ୍ରୋମିୟମ ଦିଆଯାଇଛି ।

ପୋଟାସିୟମ ବ୍ୟତୀତ ଔରଙ୍ଗାବାଦ ଏବଂ ଗୟାରେ କ୍ରୋମିୟମର ବ୍ଲକ ମିଳିଛି, ଏହି ଅଞ୍ଚଳ ୮ ବର୍ଗ କିଲୋମିଟରର ଅଟେ । କ୍ରୋମିୟମର ବ୍ୟବହାର ମୋବାଇଲ ତଥା ହିଟରର ତାର ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ । ଏହା ବ୍ୟତୀତ ଝାଡ଼ଖଣ୍ଡର ସରାୟକେଲା ଜିଲ୍ଲାରେ ଦୁପଇଟି ସୁନାର ବ୍ଲକ ମିଳିଛି । ଏହା ଖୁବ ଅଧିକ ମାତ୍ରାରେ ସୁନା ଥିବା ଅନୁମାନ କରାଯାଉଛି । କେନ୍ଦ୍ର ସରକାର ଝାଡ଼ଖଣ୍ଡ ବ୍ୟତୀତ ଛତିଶଗଡ଼ର ଜଶପୁର ଜିଲ୍ଲାରେ ମଧ୍ୟ ସୁନାର ଭଣ୍ଡାର ଥିବା ଆଶା କରାଯାଉଛି । ଯଦି ସେପରି ହୁଏ ତେବେ ଭାରତ ପୁଣି ଥରେ ସୁନାର ଭଣ୍ଡାରକୁ ନେଇ ବିଶ୍ୱରେ ନିଜ ସ୍ଥାନ ସୁଦୃଢ଼ କରିପାରିବ ।

Leave a Reply