ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା, ଏଣିକି ଗ୍ଲାବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ ଫାଇଜର ଓ ମଡର୍ଣ୍ଣା

1 min read

FILE PHOTO: Vials with Pfizer-BioNTech and Moderna coronavirus disease (COVID-19) vaccine labels are seen in this illustration picture taken March 19, 2021. REUTERS/Dado Ruvic

ଭୁବନେଶ୍ୱର: ଏଣିକି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ ଫାଇଜର, ମଡର୍ଣ୍ଣା । DCGI ଦ୍ୱାରା ଅନୁମୋଦିତ କମ୍ପାନୀ ଟେଣ୍ଡର ପ୍ରକ୍ତିୟାରେ ସାମିଲ ହୋଇପାରିବେ । ଏନେଇ ନିୟମର ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଟିକାକରଣ ଟେଣ୍ଡରରେ ସାମିଲ ହେବା ପାଇଁ ପରିବର୍ତ୍ତନ କରାଯାଇଛି । ୪ତାରିଖରୁ ପୁଣି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ, ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ  ।

ଅନ୍ୟପଟେ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଟିକା ମିଳିବା ପ୍ରକ୍ରିୟାକୁ ସହଜ ଓ ସରଳୀକରଣ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ରାଜ୍ୟ । ଗ୍ଲୋବାଲ ଟେଣ୍ଡର ଜରିଆରେ ବିଦେଶୀ କମ୍ପାନୀଠାରୁ ଟିକା କିଣିବା ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ସେଥିରେ କମ୍ପାନୀମାନେ ବିଶେଷ ଆଗ୍ରହ ଦେଖାଉନାହାନ୍ତି । ତେଣୁ କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଦାବି କରିଛନ୍ତି । ଏଥିସହିତ ଯୁକ୍ତ ୨ ଛାତ୍ରଛାତ୍ରୀ ଓ ତାଙ୍କ ପରିବାରକୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏବଂ ଉପାନ୍ତ ଅଞ୍ଚଳରେ ଟିକାକରଣ ସହଜ ହେବା ପାଇଁ ବ୍ୟବସ୍ଥା କରିଛନ୍ତି ।

Leave a Reply