ବ୍ରହ୍ମପୁର ମେଡିକାଲ କଲେଜରେ ଖୋଲିବ Gastroenterology ବିଭାଗ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ  ହସ୍ପିଟାଲରେ Gastroenterology ବିଭାଗ ଖୋଲିବାକୁ ଯାଉଛି।  ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ surgical  ଓ medical Gastroenterology ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏମକେସିଜି ମେଡିକାଲ କଲେଜରେ ଉପରୋକ୍ତ ଦୁଇ Super specialty ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ବର୍ତ୍ତମାନ ବ୍ରହ୍ମପୁରରେ ଏହି ଅତ୍ୟାଧୁନିକ super speciality ଚିକିତ୍ସା ସୁବିଧା ଉପଲବ୍ଧ ହେବା ଦ୍ୱାରା ଦକ୍ଷିଣ ଓଡିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି ।

ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁର ରାଜ୍ୟର ବିଶେଷକରି ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ । ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ବର୍ତ୍ତମାନ ଏହି Super specialty ବିଭାଗ ଖୋଲିବା ଦ୍ୱାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner