୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ବିହାରକୁ ହେଉଥିଲା ଚାଲାଣ

କୋରାପୁଟ: ଜଳାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ।  ବିହାରକୁ ଚାଲାଣ ହେଉଥିବା ବେଳେ ଜବତ କଲା ଲମତାପୁଟ ପୋଲିସ । ଲମତାପୁଟ ଓ ମାଛକୁଣ୍ଡ ପୋଲିସ ମିଳିତଭାବେ ଲମତାପୁଟ ଆଖପାଖ ଅଞ୍ଚଳରେ ଯାଞ୍ଚ କରୁଥିଲେ । ଠିକ ସେହି ସମୟରେ ଜଳାପୁଟ ଅଞ୍ଚଳରୁ ୨ଟି କାରକୁ ଅଟକାଇଥିଲେ । ପୁଲିସକୁ ଚଖ୍‌ମା ଦେଇ ଫେରାର ହେଉଥିବା ବେଳେ କଞ୍ଚନା ନିକଟରେ ପୁଲିସ ୨ଟି ଗଞ୍ଜେଇ ଭର୍ତ୍ତି କାରକୁ ଧରିବାରେ ସଫଳ ହୋଇଥିଲେ ।

ତା’ ସହ ତିନି ଜଣଙ୍କୁ ମଧ୍ୟ ଅଟକ ରଖି ଗାଡ଼ି ଯାଞ୍ଚ କରିଥିଲେ ଏବଂ କାରରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ପରେ ପୋଲିସ ଲମତାପୁଟ ଥାନାରେ ସମସ୍ତ ଜବତ ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଓଜନ କରିଥିଲେ । ୨ଟି କାରରେ ୧୫୬ କେଜି ଗଞ୍ଜେଇ ଚାଲାଣ ହେଉଥିଲା । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଜଳାପୁଟ ଅଞ୍ଚଳରୁ ବିହାର ପାଟନା ଅଞ୍ଚଳକୁ ଜବତ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିବା ପୋଲିସ ପ୍ରକାଶ କରିଛି । ଗିରଫ ୩ଜଣଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ମାଛକୁଣ୍ଡ ପୋଲିସ ପ୍ରକାଶ କରିଛି ।

Leave a Reply