ୟୁକ୍ରେନର ସବୁଠୁ ସୁନ୍ଦରୀ ମହିଳା ଉଠାଇଲେ ବନ୍ଧୁକ,ପୁଟିନଙ୍କୁ ଦେଲେ ଧମକ

1 min read

କିଭ୍: ’ହାଇ ହିଲ୍’ ଛାଡ଼ିଲେ ’ଯୁଦ୍ଧ ଜୋତା’ ପିନ୍ଧିଲେ । ୟୁକ୍ରେନରେ ଚାରି ଦିନ ଧରି ଜାରି ରହିଛି ମହାଯୁଦ୍ଧ । ଋଷର ଜୋରଦାର ଆକ୍ରମଣରେ ଥରି ଉଠୁଛି ୟୁକ୍ରେନ । ତେବେ ଋଷ ଆଗରେ ୟୁକ୍ରେନର ସୈନ୍ୟ ପରିମାଣ ଅଳ୍ପ ଥିବାରୁ ୟୁକ୍ରେନ ନାଗରିକଙ୍କୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବାକୁ ଆହ୍ୱନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲୋଡେମିର ଜେଲେନସ୍କି । ଜେଲେନସ୍କିଙ୍କ ଆହ୍ୱାନ କ୍ରମେ ହାଇ ହିଲ୍ ଛାଡି ଯୁଦ୍ଧ ଜୋତା ପରିଧାନ କରିଛନ୍ତି ୟୁକ୍ରେନର ସବୁଠାରୁ ସୁନ୍ଦର ମହିଳା ତଥା ପୂର୍ବ ମିସ୍ ଗ୍ରାଣ୍ଡ ୟୁକ୍ରେନ । ଏହି ମହିଳା ଜଣଙ୍କ ଋଷର ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି ।

୨୦୧୫ ମିସ୍ ଗ୍ରାଣ୍ଡ ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ୟୁକ୍ରେନର ପ୍ରତିନିଧିତ୍ୱ କରିଥିଲେ ଆନାସ୍ତାସିଆ ଲେନା । ଲେନା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି କି ସେ ତାଙ୍କ ’ଘର’ର ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି । ଶନିବାର ସଶସ୍ତ୍ର ସୈନିକଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଲେନା ଲେଖିଛନ୍ତି ଯେ ଯିଏ ୟୁକ୍ରେନକୁ ଦଖଲ କରିବା ଉଦ୍ଦେଶ୍ୟରେ ୟୁକ୍ରେନ ସୀମାରେ ପ୍ରବେଶ କରିବ, ତାଙ୍କୁ ମାରି ଦିଆଯିବ । ଆଉ ଏକ ପୋଷ୍ଟରେ ଲେନା ନାଟୋକୁ ପରିହାସ କରି କହିଛନ୍ତି କି ଆମ ସେନା ଯେଉଁଭଳି ଭାବରେ ଯୁଦ୍ଧ ଲଢ଼ୁଛନ୍ତି, ତାହାକୁ ଦେଖି ନାଟୋକୁ ୟୁକ୍ରେନରେ ସାମିଲ ହେବା ପାଇଁ ଆବେଦନ କରିବା ଉଚିତ ।  ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ସୈନିକ ଭାବରେ ଏକ ଫଟୋ ସେୟାର କରି ତାଙ୍କୁ ଜଣେ “ପ୍ରକୃତ ତଥା ଶକ୍ତିଶାଳୀ ନେତା” ଭାବରେ ବର୍ଣ୍ଣନା କରିଛନ୍ତି ଆନାସ୍ତାସିଆ ଲେନା ।

ଗୁରୁବାର ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ ହେବା ପରଠାରୁ ଏହି ମଡେଲ ଜଣଙ୍କ ଇନଷ୍ଟାଗ୍ରାମରେ ଅନେକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ସେ ୟୁକ୍ରେନ ସଶସ୍ତ୍ର ବାହିନୀ ପାଇଁ ସମର୍ଥନ ଏବଂ ଆର୍ଥିକ ସହାୟତା ଲୋଡ଼ିଛନ୍ତି । ଲେନା ପୂର୍ବରୁ ତୁର୍କିର ଜଣେ ମଡେଲ ଏବଂ ଲୋକସମ୍ପର୍କ ପରିଚାଳକ ଭାବରେ କାର୍ଯ୍ୟ କରିଥିଲେ । ସେ ପାଞ୍ଚଟି ଭାଷା କହିବାରେ ସକ୍ଷମ ଏବଂ ଅନୁବାଦକ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ଏହା ପୂର୍ବରୁ ୟୁକ୍ରେନର ଜଣେ ମହିଳା ସାଂସଦ ମଧ୍ୟ ବନ୍ଧୁକ ସହିତ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ମହିଳା ସାଂସଦ ମଧ୍ୟ ସେନାରେ ଯୋଗ ଦେଇଛନ୍ତି ଏବଂ ଦେଶକୁ ରକ୍ଷା କରିବା ପାଇଁ ଆଗ ଧାଡ଼ିରେ ଋଷ ସହ ଲଢ଼ୁଛନ୍ତି । ଆମାଜନ କମ୍ପାନୀର ପୂର୍ବତନ ସିଓଓ ତଥା ଭଏସ୍ ପାର୍ଟିର ସାଂସଦ କିରା ରୁଡିକ୍ କହିଛନ୍ତି ଯେ ମୁଁ କାଲାଶନିକୋଭ୍ ଚଳାଇବା ଶିଖିଛି ଏବଂ ବର୍ତ୍ତମାନ ମୁଁ ଅସ୍ତ୍ରଶସ୍ତ୍ର ନେବାକୁ ପ୍ରସ୍ତୁତ ଅଛି । କିରା ଆହୁରି କହିଛନ୍ତି, ‘ଆମ ମହିଳାମାନେ ମଧ୍ୟ ଆମ ପୃଥିବୀକୁ ପୁରୁଷଙ୍କ ଭଳି ସୁରକ୍ଷା ଦେବେ।

Leave a Reply